www.samajalive.in
Sunday, December 14, 2025
26.1 C
Bhubaneswar

ରାଇକିଆରେ ମାସ୍କ ଧରପଗଡ ଜୋରଦାର: ଜୋରିମାନା ଗଣିଲେ ଅମାନିଆ

ଜି.ଉଦୟଗିରୀ: କୋଭିଡ-୧୯ର ପୁଣି ଦ୍ୱିତୀୟ ଲହର ସଂକ୍ରମଣ ଆସୁଥିବା ଯୋଗୁଁ ଚିନ୍ତାରେ ସରକାର ଏବଂ ପ୍ରଶାସନ। ଏ ନେଇ ସରକାରଙ୍କ ପକ୍ଷରୁ କଟକଣା ଆରମ୍ଭ ହୋଇଛି। ରାଇକିଆ ତହସିଲଦାର ଚକ୍ରଧର ପାଢିଙ୍କ ନେତୃତ୍ବରେ ଏକ ଟିମ୍ ବହାରି ରାଇକିଆ ପୋଲିସ୍ ସହାୟତାରେ ସହର ପରିକ୍ରମା କରି ଲୋକଙ୍କୁ ଏବଂ ବ୍ୟବସାୟମାନଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ସହ ସାନିଟାଇଜ କରିବା ସହ କିଛି ଅମାନିଆଙ୍କଠାରୁ ମୋଟ ୫ ହଜାର ୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ସେହିପରି ରାଇକିଆ ପୋଲିସ୍ ପକ୍ଷରୁ ଥାନା ଅଧିକାରୀ ତରୁଣ ତପନ ବେହେରାଙ୍କ ଟିମ୍ ପକ୍ଷରୁ ଜୋରଦାର ମାସ୍କ ଚେକିଙ୍ଗ୍ କରାଯାଇଥିବା ବେଳେ ଲୋକ ମାସ୍କ ନ ପିନ୍ଧି ଜୋରିମାନା ଗଣିଥିଲେ। ଏଥି ଯୋଗୁଁ ସେମାନଙ୍କ ଠାରୁ ୩ ହଜାର ୪୦୦ ଟଙ୍କା ଜୋରିମାନା ମଧ୍ୟ ଆଦାୟ କରାଯାଇଛି। ସେହିପରି ଆଜି ଗୁରୁବାର ମଧ୍ୟ ପୋଲିସ ପକ୍ଷରୁ ସେକେଣ୍ଡ ଅଫିସର୍ ରାଜେଶ ଶ୍ରୀଚନ୍ଦନଙ୍କ ଟିମରେ ରାଇକିଆର ବିଭିନ୍ନ ଛକମାନଙ୍କରେ ବ୍ୟାପକ ମାସ୍କ ଚେକିଙ୍ଗ୍ କରାଯାଇ ୩ ହଜାର ୯୦୦ ଟଙ୍କା ଜୋରିମାନା ବାବଦରେ ଆଦାୟ କରାଯାଇଛି। କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିପରି ପ୍ରତ୍ୟେକ ଦିନ ମାସ୍କ ଚେକିଙ୍ଗ୍, ସଚେତନତା ସହ ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରାଯିବ ବୋଲି ଥାନାଧିକାରୀ ତରୁଣ ତପନ ବେହେରା କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories