www.samajalive.in
Sunday, December 14, 2025
26.1 C
Bhubaneswar

ପରୀ ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ଭୁବନେଶ୍ୱର: ନୟାଗଡ଼ ପରୀ ମୃତ୍ୟୁ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି ପରୀ ମା’ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ଶୁଣାଇବେ।

ସୂଚନାଯୋଗ୍ୟ, ନୟାଗଡ଼ର ୫ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଏସଆଇଟି ସ୍ଥାନୀୟ ଜଣେ ନାବାଳକଙ୍କୁ ଗିରଫ କରିଥିଲା। କିନ୍ତୁ ଘଟଣା ପଛରେ ମନ୍ତ୍ରୀ ଅରୁଣ ସାହୁ ଏବଂ ତାଙ୍କର ଜଣେ ସହଯୋଗୀ ବାବୁଲିର ହାତ ଥିବା ଅଭିଯୋଗ ହୋଇଥିଲା। ପୁଲିସ ଆବଶ୍ୟକ ପଦକ୍ଷେପ ନ ନେବାରୁ ପରୀ ମା’ବାପା ଭୁବନେଶ୍ଵର ଆସି ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା। ଫଳରେ ରାଜ୍ୟ ସରକାର ଏହି ମାମଲାର ଏସଆଇଟି ତଦନ୍ତ ନିର୍ଦେଶ ଦେଇଥିଲେ।

- Advertisement -

ଏସଆଇଟି ଜଣେ ନାବାଳକକୁ ଗିରଫ କରିବା ପରେ ଏହାର ତଦନ୍ତ ଉପରେ ପରୀ ମା’-ବାପା ପ୍ରଶ୍ନ ଉଠାଇଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ପୁଲିସ କିମ୍ବା ଏସଆଇଟି ତଦନ୍ତ କରି ନ ଥିବା ଦର୍ଶାଇ ସେମାନେ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ। ଏ ନେଇ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଫଳରେ ସୁପ୍ରିମକୋର୍ଟ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories