www.samajalive.in
Friday, December 12, 2025
17.1 C
Bhubaneswar

କୋଟିଆରେ ପୁଣି ଆନ୍ଧ୍ରର ଭୋଟ ବିଜ୍ଞପ୍ତି

ପଟ୍ଟାଙ୍ଗି/ନାରାୟଣପାଟଣା : ଆନ୍ଧ୍ର ସରକାର ପୁଣିଥରେ ଦାଦାଗିରି ଦେଖାଇଛନ୍ତି। ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୁହାଯାଉଥିବା କୋଟିଆ ପଞ୍ଚାୟତର ତିନି ଗାଁକୁ ଛଡ଼ାଇନେବାକୁ ଜାରି ରହିଥିବା ଅପପ୍ରୟାସର ଆଉ ଏକ ନମୂନା ଦେଖାଇଛନ୍ତି ଉକ୍ତ ସରକାର। ସୁପ୍ରିମକୋର୍ଟରେ ମାମଲା ବିଚାରାଧିନ ଥିବାବେଳେ ଗଞ୍ଜେଇପଦର, ଫଗୁଣସିନେରୀ ଓ ଫାଟୁସିନେରୀରେ ପଞ୍ଚାୟତ ନିର୍ବାଚନ କରି ନିଜ ଦାଦାଗିରିର ପ୍ରମାଣ ଦେଇସାରିଥିବା ଆନ୍ଧ୍ର ପୁଣିଥରେ ଉକ୍ତ ପଞ୍ଚାୟତ ଗୁଡ଼ିକରେ ସମିତିସଭ୍ୟ ନିର୍ବାଚନ କରିବାକୁ ଯାଉଥିବା ଜଣାପଡ଼ିବା ପରେ ସୀମାନ୍ତରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବରୁ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ସଙ୍ଗଠନ, ସାମାଜିକ ସଙ୍ଗଠନ, ପ୍ରଶାସନ ସର୍ବୋପରି ଜନସାଧାରଣ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସତ୍ତ୍ବେ ଆନ୍ଧ୍ର ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ସମ୍ପନ୍ନ କରିଥିଲା। ଏହାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା ା ଏବେ କିଛିଦିନର ନୀରବତା ପରେ ପୁଣି ଉକ୍ତ ସ୍ଥାନରେ ଆନ୍ଧ୍ର ସମିତିସଭ୍ୟ ନିର୍ବାଚନ କରୁଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଏହାକୁ ନେଇ ସମସ୍ତେ ତତ୍ପର ହୋଇ ଉଠିଛନ୍ତି। ଏପ୍ରିଲ ୧ରେ କୋଟିଆର ପ୍ରତ୍ୟେକ ଗାଁରେ ଜାତୀୟ ପତାକା ଉତ୍ତୋଳନ କରି ବିଭିନ୍ନ ସଙ୍ଗଠନ ଉତ୍କଳ ଦିବସ ପାଳନ କରିଥିବାବେଳେ ଏହାର ଠିକ୍ ତିନିଦିନ ପରେ ଆନ୍ଧ୍ର ପୁଣିଥରେ ଉକ୍ତ ଗାଁ ଗୁଡ଼ିକରେ ସମିତିସଭ୍ୟ ଓ ଜିଲାପରିଷଦ ସଭ୍ୟ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ଜାଣି ସମସ୍ତଙ୍କ ଚିନ୍ତା ବଢ଼ିଛି। ଓଡ଼ିଶା ସରକାର ଆନ୍ଧ୍ରର ଏଭଳି ଅନୁପ୍ରବେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ ପୁଣି ଆନ୍ଧ୍ରର ଏହି ନିର୍ବାଚନୀ ବିଜ୍ଞପ୍ତି ଓଡ଼ିଶା ପ୍ରତି ଖୋଲା ଚ୍ୟାଲେଞ୍ଜ ସଦୃଶ ହୋଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୮ରେ ଭୋଟ ଗ୍ରହଣ କରାଯିବ ା ଯଦି ସମସ୍ୟା ସୃଷ୍ଟି ହୁଏ ତେବେ ୯ରେ ପୁଣିଥରେ ନିର୍ବାଚନ ହେବ ା ୧୦ ତାରିଖରେ ଭୋଟ ଗଣତି ପରେ ତୁରନ୍ତ ନିର୍ବାଚନ ଫଳାଫଳ ଘୋଷଣା ପାଇଁ ନିର୍ଦେଶନାମା ଜାରି ହୋଇଛି। ସମିତି ସଭ୍ୟ ପାଇଁ ଜିଲାର ତଳଗଞ୍ଜେଇପଦର (ଆନ୍ଧ୍ର ଦର୍ଶାଇଥିବା ଗଞ୍ଜେଇଭଦ୍ରା)ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠାରେ ଦୁଇଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି ସେମାନେ ହେଲେ ଆପାଲାମା ମାଝି ଓ ମାରି ଡମ୍ବାଇ। ଆପାଲାମା ମଝି ହେଉଛନ୍ତି ଧୂଳିପଦର ଗାଁର। ସେହିପରି ମାରି ଡମ୍ବାଇ ହେଉଛନ୍ତି ଉପରସେମ୍ବ ଗାଁର ବୋଲି ଜଣାଯାଇଛି।
ସେହିପରି ଫାଟୁସିନେରି ଓ ଫଗୁଣ ସିନେରି (ଆନ୍ଧ୍ର ଦର୍ଶାଇଥିବା ପାଟୁଚେନୁରୁ ଓ ପାଗଲୁ ଚେନୁରୁ) ଓ ତନାମ ଏହି ତିନୋଟି ପଞ୍ଚାୟତକୁ ନେଇ ଗୋଟିଏ ସମିତି ସଭ୍ୟ ନିର୍ବାଚନ ହେବାକୁ ଥିବାବେଳେ ଏଠାରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେବ ବୋଲି ସୂଚନା ମିଳିଛି। ଏ ନେଇ ଆନ୍ଧ୍ରର ବିଜୟନଗରମ ଜିଲା ଅନ୍ତର୍ଗତ ସାଲୁର ମଣ୍ଡଳ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚାଲିଥିବା କୁହାଯାଉଛି। ଅନ୍ୟପକ୍ଷରେ ଏ ନେଇ କୋରାପୁଟ ଜିଲାପାଳ ମହମ୍ମଦ ଅବ୍ଦାଲ ଅଖତରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କୋଟିଆ ପଞ୍ଚାୟତର ଜଣେ ବି ଓଡ଼ିଆ ଭୋଟର ଆନ୍ଧ୍ରର କୌଣସି ପ୍ରକାର ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ, ଏହା ସୁନିଶ୍ଚିତ ବୋଲି ସୂଚନା ଦେଇଛନ୍ତି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories