www.samajalive.in
Monday, December 8, 2025
13.1 C
Bhubaneswar

ଘରେ ଲାଗିଲା ନିଆଁ ; ଶୋଇଥିବା ଅବସ୍ଥାରେ ୩ ଜୀବନ୍ତ ଦଗ୍ଧ

ସମସ୍ତିପୁର : ବିହାରରେ ସମସ୍ତିପୁର ଜିଲାର କଲ୍ୟାଣପୁର ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତର ଛକ୍କନ ଟୋଲି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅନେକ ଘର ଜଳି ପାଉଁଶ ହୋଇଯିବା ସହ ଏକ କୋଠରୀରେ ଶୋଇଥିବା ଅବସ୍ଥାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଅଞ୍ଚଳର ମୁଖିଆଙ୍କ କହିବା ଅନୁଯାୟୀ ଯେଉଁ ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା, ସେହି ସମୟରେ ଲୋକେ ନିଜ ଘରେ ଶୋଇଥିଲେ। ନିଆଁ ଲାଗିବା ମାତ୍ରେ ଅଞ୍ଚଳରେ ହଇଚଇ ସୃଷ୍ଟି ହେବା ସହ ଲୋକେ ନିଜ ନିଜ ଘରୁ ବାହାରି ଆସି ଜୀବନ ବଞ୍ଚାଇଥିଲେ। ମାତ୍ର ଏକ କୋଠରୀରେ ଶୋଇଥିବା ଉକ୍ତ ୩ ଜଣଙ୍କ ଆଖି ଖୋଲିବା ବେଳକୁ ଚାରି ଆଡେ ନିଆଁ ବ୍ୟାପିି ଯିବାରୁ ସେମାନେ ଜଳି ଯାଇଥିଲେ, ସେମାନଙ୍କୁ ବଞ୍ଚାଇବା ମଧ୍ୟ ସମ୍ଭବ ହୋଇନଥିଲା। ଏଯାବତ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

 

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories