www.samajalive.in
Thursday, December 11, 2025
15.1 C
Bhubaneswar

ମମତା ଚଳାଇଛନ୍ତି ୩-ଟି ଶାସନ : ଶାହା

କଲକାତା : ପଶ୍ଚିମବଙ୍ଗ କୁଚବିହାରରେ ବିଜେପିର ପ୍ରଚାର ଶୋଭାଯାତ୍ରାରେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ପରାଜୟ ନିଶ୍ଚିତ। ଶାହା କହିଛନ୍ତି ମମତା ପଶ୍ଚିମବଙ୍ଗରେ ୩-ଟି ଶାସନ ଚଳାଇଛନ୍ତି। ଏହି ୩ଟି ହେଲା ‘ତାନାସାହି’ (ଏକଛତ୍ରବାଦ), ତୋଲାବାଜି (ଜୁଲୁମ୍) ଓ ତୁଷ୍ଟୀକରଣ। ମମତାଙ୍କ ଏହି ୩ଟି ଶାସନରେ ପଶ୍ଚିମବଙ୍ଗବାସୀ ଅତିଷ୍ଠ ହୋଇପଡିଲେଣି। ତେଣୁ ବିଜେପି ଏଠାରେ କ୍ଷମତାକୁ ଆସିବା ନିଶ୍ଚିତ। ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ ୩ଭି ଶାସନ ଚାଲିବ। ଏହି ୩ଭି ହେଲା ବିକାଶ, ବିଶ୍ବାସ ଓ ବ୍ୟବସାୟ। ଶାହା କହିଛନ୍ତି ଯେ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୬୦ଟି ଆସନ ପାଇଁ ମତଦାନ ହୋଇଥିବାବେଳେ ବିଜେପି ଏଥିରୁ ୫୦ଟି ଆସନରେ ବିଜୟୀ ହେବ। ଏହି ଅବସରରେ ଶାହା ଘୋଷଣା କରିଛନ୍ତି ଯେ ବିଜେପି କ୍ଷମତାକୁ ଆସିଲେ ନାରାୟଣୀ ସେନା ବାଟାଲିୟନର ପ୍ରଶିକ୍ଷଣ କେନ୍ଦ୍ର କୁଚବିହାରରେ ପ୍ରତିଷ୍ଠା କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories