www.samajalive.in
Sunday, December 14, 2025
26.1 C
Bhubaneswar

ରେଣ୍ଟା ଗ୍ରାମ୍ୟ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ କାଟି ନେଲେ କାଠ ମାଫିଆ

ମାହାଙ୍ଗା: କଟଜ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଉମର ପଂଚାୟତର ପବିତ୍ର ମନୋରମ ସ୍ଥଳ ବନଦୁର୍ଗା ପୀଠର ରେଣ୍ଟା ଗ୍ରାମ୍ୟ ଜଙ୍ଗଲରୁ ଚୋରା କାଠ ମାଫିଆମାନେ ବିଳମ୍ବିତ ରାତିରେ କୋଡିଏରୁ ଊର୍ଦ୍ଧ୍ବ ମୂଲ୍ୟବାନ ଗଛ କାଟି ନେଇଯାଇଛନ୍ତି। ସେଥିମଧ୍ୟରୁ ଅଳ୍ପ କିଛି କାଠକୁ ପୁରୁଣାମଠ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ପୁଲିସ ଜବତ କରିଛି।

ପ୍ରକାଶ ଯେ, କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ ସାମଲଙ୍କ ଉଦ୍ୟମରେ ଏହି ଗ୍ରାମ୍ୟ ଜଙ୍ଗଲର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁରହିଛି। କିନ୍ତୁ ସ୍ଥାନୀୟ ଅଂଚଳର କିଛି ଅସାଧୁ ବ୍ୟକ୍ତି ଏହି ପୀଠରେ ଥିବା ମୂଲ୍ୟବାନ ଗଛକୁ ଲୁଟ କରିବା ପାଇଁ କେତେବେଳ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି ତ କେତେବେଳ ବାତ୍ୟା ସମୟରେ ଗଛ ସାମାନ୍ୟ ଭାଙ୍ଗିଥିଲେ ତାକୁ ସମ୍ପୂର୍ଣ୍ଣ କାଟି ନେଉଛନ୍ତି। ଏହିପରି ବାରମ୍ବାର ଲୁଟ କରିବା ଦ୍ୱାରା ଏବେ ପ୍ରାୟ ଜଙ୍ଗଲର ୭୦ ଭାଗ ବିଲୁପ୍ତ ହୋଇଗଲାଣି। ପ୍ରତି ବର୍ଷ ଡିସେମ୍ବରରୁ ଫେବୃଆରୀ ମାସ ଯାଏ ହଜାର ହଜାର ପର୍ଯ୍ୟଟକ ଏଠାରେ ସମାଗମ ହୋଇ ବଣଭୋଜି କରିଥାନ୍ତି। ସେମାନଙ୍କୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏବେ ଉକ୍ତ ସ୍ଥଳରେ ପ୍ରମୋଦ ଉଦ୍ୟାନ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ସହ ବନଦୁର୍ଗା ପୀଠରେ ଜଙ୍ଗଲ ବିଭାଗ ପକ୍ଷରୁ ବହୁ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଛି। କିନ୍ତୁ ଏଠାରେ ନିଯୁକ୍ତ ଜଗୁଆଳିଙ୍କ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ପ୍ରତିଦିନ ଗଛ ଲୁଟ ହେଉଛି। କାଠ ମାଫିଆମାନେ ଏହି ଜଗୁଆଳିଙ୍କୁ ହାତକରି ଜଙ୍ଗଲରୁ କାଠ ଲୁଟ କରୁଥିବା ସାଧାରଣରେ ଶୁଣିବାକୁ ମିଳୁଛି।

- Advertisement -

ଅପରପକ୍ଷରେ କାଠ ଜବତ କରାଯାଇଥିବା ବ୍ୟକ୍ତିଙ୍କୁ ଗିରଫ କରି ଅଧିକ ତଦନ୍ତ କରାଗଲେ ଏହି କାଠ ଲୁଟରେ ସମ୍ପୃକ୍ତ ଥିବା ବହୁ ବ୍ୟକ୍ତିଙ୍କୁ ଧରାଯାଇ ପାରନ୍ତା ବୋଲି ଦାବୀ ହୋଇଛି। ତୁରନ୍ତ କଟକ ଆରଡିସି ଏହି ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଘଟଣାର ଅଧିକ ତଦନ୍ତ କରାଇଲେ କାଠ ମାଫିଆଙ୍କୁ ଧରାଯାଇ ପାରନ୍ତା ବୋଲି ସାଧାରଣରେ ଦାବୀ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories