www.samajalive.in
Sunday, December 14, 2025
26.1 C
Bhubaneswar

୧୨ କଲେଜ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ: ଟିଆରଏସ୍‍ ସାଂସଦଙ୍କ ପୁଅ ଗିରଫ

ହାଇଦରାବାଦ : ତେଲଙ୍ଗାନା ରାଷ୍ଟ୍ରୀୟ ସମିତି ସାଂସଦ ଡ. ଶ୍ରୀନିବାସଙ୍କ ପୁଅ ସଂଞ୍ଜୟଙ୍କୁ ନିଜାମାବାଦରେ ନିଜ କଲେଜର ୧୨ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେ ଗିରଫ କରାଯାଇଛି ବୋଲି ସୋମବାର ପୁଲିସ୍‍ ପ୍ରକାଶ କରିଛି। ସଞ୍ଜୟଙ୍କୁ ରବିବାର ପଚରାଉଚୁରା ପାଇଁ ଡକାଯାଇଥିଲା। ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ପୁଲିସ୍‍ ତାଙ୍କୁ ହାଜର ହେବା ପାଇଁ ସମନ କରିଥିଲା। ଏହାପରେ ସେ ପୁଲିସ୍‍ ନିକଟରେ ହାଜର ହୋଇଥିଲେ। ଉତ୍ତରରେ ତାଳମେଳ ନ ରହିବାରୁ ପୁଲିସ୍‍ ସଞ୍ଜୟଙ୍କୁ ଗିରଫ କରି ସୋମବାର କୋର୍ଟରେ ହାଜର କରାଇଥିଲା। କୋର୍ଟ ତାଙ୍କୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସଞ୍ଜୟଙ୍କ ବିରୋଧରେ ୧୨ ଜଣ କଲେଜ ଛାତ୍ରୀ କଲେଜ ପରିସରରେ ଅସଦ ବ୍ୟବହାର କରିବା ଓ ଅନ୍ୟ ସ୍ଥାନରେ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍‍ ଭାରତୀୟ ପିଙ୍ଗଳ କୋର୍ଡ ଧାରାରେ ମାମଲା ରୁଜୁ କରିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories