www.samajalive.in
Monday, December 8, 2025
13.1 C
Bhubaneswar

କଟକରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଉତ୍ସାହଜନକ

କଟକ: କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣ ବଢ଼ିବାରେ ଲାଗିଛି। କିଛି ଦିନ ଧରି କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଅଳ୍ପ କେତେଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ସଂକ୍ରମଣକୁ ନେଇ ପ୍ରଶାସନ ଓ ଜନସାଧାରଣ ଯେତିକି ଚିନ୍ତିତ ଏହାକୁ ପ୍ରତିହତ କରିବା ପାଇଁ ସଚେତନ ମଧ୍ୟ। ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି ପାଳନ ପାଇଁ ଲୋକେ ବେଶ୍‍ ସଜାଗ ଅଛନ୍ତି। ଏହା ମଧ୍ୟରେ କରୋନା ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ କଟକ ଜିଲ୍ଲାରେ ବେଶ୍‍ ଉତ୍ସାହଜନକ ହେଉଛି। ଟିକା ନେବା ପାଇଁ ପ୍ରତି ଦିନ ଲୋକଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ପରିଲକ୍ଷିତ ହେଉଛି। ଫଳରେ ଜିଲ୍ଲାରେ ଟିକା ନେବା ହିତାଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଉଭୟରେ ଜନସାଧାରଣ ନିଜେ ସଚେତନ ହୋଇ ଟିକା ନେବା ସହ ପାଖ ପଡ଼ୋଶୀମାନଙ୍କୁ କରୋନା ଟିକା ନେବାପାଇଁ ପରାମର୍ଶ ଦେଉଛନ୍ତି। ଏପରିକି ଯେଉଁ ସ୍ୱାସ୍ଥ୍ୟ କର୍ମଚାରୀମାନେ ଦୁଇଟି ଡୋଜ୍‍ ନେଇସାରିଛନ୍ତି, ସେମାନଙ୍କର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବାରୁ ଲୋକମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।

ଅପରପକ୍ଷେ ସ୍ୱାସ୍ଥ୍ୟକର୍ମୀମାନେ ଗାଁରେ ଘର ଘର ବୁଲି ବିଶ୍ୱର ଏହି ବୃହତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଲୋକଙ୍କୁ ବୁଝାଉଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କ କହିବା ଅନୁଯାୟୀ ଲୋକମାନେ ନିଜ ଆଡ଼ୁ ସେମାନଙ୍କୁ ଫୋନ୍‍ କରି କରୋନା ଟିକା ସମ୍ପର୍କରେ ପଚାରୁଛନ୍ତି। ଏଣୁ କଟକ ଜିଲ୍ଲାରେ କରୋନା ଟିକାକରଣ କାର୍ଯ୍ୟକ୍ରମ ବେଶ୍‍ ଉତ୍ସାହଜନକ ହୋଇଛି। ପାର୍ଶ୍ବ ପ୍ରତିକ୍ରିୟା ବିହିନ ଏହି କରୋନା ଟିକା ନେବାକୁ ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କୁ ସଚେତନ କରାଉଛନ୍ତି। ଆଜି କଟକ ଜିଲ୍ଲାର ବେଣ୍ଟକାର ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ନାଗରିକମାନଙ୍କର ବେଶ୍‍ ଭିଡ଼ ଜମିଥିଲା।

ସାମାଜିକ ଦୂରତା ରକ୍ଷା କରି ଜଣକ ପରେ ଜଣେ ନିଜ ପରିଚୟ ପତ୍ର ଦେଖାଇ ଟିକା ନେଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।ଟିକାକରଣ ପରେ ସେମାନଙ୍କର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବା ଓ ମାଗଣାରେ କରୋନା ଟିକା ଯୋଗାଇ ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories