www.samajalive.in
Saturday, December 13, 2025
14.1 C
Bhubaneswar

ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ରେ ସ୍ଥାନ ପାଇଲେ ଓଡ଼ିଆ ଝିଅ ଶ୍ରେୟା ମିଶ୍ର

ଭୁବନେଶ୍ୱର:କଟକ ସିଡିଏସ୍ଥିତ ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଶ୍ରେୟା ମିଶ୍ର ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ରେ ସ୍ଥାନ ପାଇ ଓଡିଶାକୁ ଗୌରାବନ୍ବିତ କରିଛନ୍ତି। ସାମାଜିକ ସଚେତନତା ଉପରେ ଆଧାରିତ ଶ୍ରେୟାଙ୍କର ଚିତ୍ରକଳାଗୁଡିକ ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ୍‍ରେ ବିଚାରକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଲକ୍‌ଡାଉନ୍‍ ସମୟରେ କରୋନାର ଭୟାବହତା ତଥା ପ୍ରତିକାର ଉପରେ ଅନେକ ଚିତ୍ର ଅଙ୍କନ କରି ଶ୍ରେୟା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି। ନିକଟରେ ଶ୍ରେୟା ଜାତୀୟ ସ୍ତରରେ ଅନୁଷ୍ଠିତ ଚିତ୍ରକଳା ପ୍ରତିଯୋଗିତାରେ ବାଳିକା ବର୍ଗରେ ଏକମାତ୍ର ପ୍ରତିଯୋଗୀ ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ। ଏନସିଇଆରଟି ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ କଳା ଉତ୍ସବରେ ଶ୍ରେୟାଙ୍କର ଚିତ୍ରକଳା ବିଚାରକ ମଣ୍ଡଳୀ ଦ୍ୱାରା ପ୍ରଶଂସିତ ହୋଇଥିଲା। ସାଢେ ୪ ବର୍ଷରୁ ଶ୍ରେୟା ଚିତ୍ରକଳାରେ ନିଜର ଦକ୍ଷତା ପ୍ରତିପାଦନ କରି ଜିଲା, ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅନେକ ପୁରସ୍କାରରେ ସମ୍ମାନିତ। ଉଲ୍ଲେଖଯୋଗ୍ୟ ଯେ, ଶିଶୁ ଚିତ୍ରକଳା ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇ ନିଜର ପ୍ରତିଭା ମଧ୍ୟ ପ୍ରଦର୍ଶନ କରିଛନ୍ତି। ଶ୍ରେୟା ହେଉଛନ୍ତି କଟକ ଚୌଧୁରୀବଜାରସ୍ଥିତ ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍‍ କିଶୋର କୁମାର ମିଶ୍ର ଓ ସୀମା ମିଶ୍ରଙ୍କ ଝିଅ।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା,

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories