www.samajalive.in
Friday, December 12, 2025
27.1 C
Bhubaneswar

ଭବାନୀପାଟଣାର ଏକ ଘରୋଇ କଲେଜରେ ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲାର ଭବାନୀପାଟଣାରେ ଏକ ଘରୋଇ କଲେଜରେ ୩୨ କରୋନା ପଜିଟିଭ୍ ଚିହ୍ନଟ। ୩୨ କରୋନା ପଜିଟିଭ୍ ଚିହ୍ନଟ ନେଇ କଳାହାଣ୍ଡି ସିଡିଏମ୍‌ଓଙ୍କ ସୂଚନା। କରୋନା ପଜିଟିଭ୍ ଚିହ୍ନଟ ଛାତ୍ରଛାତ୍ରୀ ହଷ୍ଟେଲ୍‌ରେ ରହୁଥିଲେ। ଆଣ୍ଟିଜେନ୍‌ ଟେଷ୍ଟରେ ସମସ୍ତ ଛାତ୍ର କରୋନା ପଜିଟିଭ୍ ହୋଇଥିବା କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି।
କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଭବାନୀପାଟଣାସ୍ଥିତ ପ୍ରଗତି କଲେଜରେ ୩୨ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍‌ ଟେଷ୍ଟରେ ସମସ୍ତ ୩୨ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ସମସ୍ତ ୩୨ଜଣ ଛାତ୍ରଛାତ୍ରୀ କଲେଜ ହଷ୍ଟେଲ୍‌ର ଅନ୍ତେବାସୀ। ବୋଲି ସେ ପ୍ରକାଶ କରିଛନ୍ତି। ପ୍ରଗତି କଲେଜରେ ୧୦୦ଜଣ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା ଏବଂ ସେଥିମଧ୍ୟରୁ ୩୨ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ପ୍ରଗତି କଲେଜରେ ଛାତ୍ରଛାତ୍ରୀ ସଂଖ୍ୟା ପ୍ରାୟ ୫୦୦ରୁ ଅଧିକ ରହିଛି। ତେଣୁ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ କରିଛି। ଫଳରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୧କୁ ବୃଦ୍ଧି ପାଇଛି। ଚିହ୍ନଟଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୨ ଓ ସ୍ଥାନୀୟ ଅଂଚଳରୁ ୮୬ ଜଣ ଅଛନ୍ତି।
ଚିହ୍ନଟଙ୍କ ମଧ୍ୟରୁ ନୂଆପଡ଼ାରୁ ଜିଲ୍ଲାରୁ ସର୍ବାଧିକ ୩୬ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୩୩, ବରଗଡ଼ ଓ କଳାହାଣ୍ଡିରୁ ୨୨ ଜଣ ଲେଖାଏଁ, କଟକରୁ ୧୫, ଝାରସୁଗୁଡ଼ାରୁ ୧୧, ମୟୁରଭଞ୍ଜ ଓ ପୁରୀରୁ ୯ ଜଣ ଲେଖାଏଁ, ବାଲେଶ୍ୱର ଓ ଯାଜପୁରରୁ ୮ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୭, ସମ୍ବଲପୁରରୁ ୫, ବଲାଙ୍ଗୀରରୁ ୪, ଅନୁଗୁଳ, ଗଞ୍ଜାମ ଓ କେନ୍ଦ୍ରାପଡାରୁ ୩ ଜଣ ଲେଖାଏଁ ଏବଂ ବୌଦ୍ଧ, ନବରଙ୍ଗପୁର ଓ ରାୟଗଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଷ୍ଟେଟ ପୁଲ୍‌ରୁ ୭ ଜଣ ରହିଛନ୍ତି।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories