ଗୋପାଳପୁର ବତୀଘର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ
ଗୋପାଳପୁର : ଗୋପାଳପୁର ରେ ଥିବା ଭାରତ ସରକାର ବନ୍ଦର ନୌ ପରିବହନ ଏବଂ ଜଳ ମାର୍ଗ ମନ୍ତ୍ରାଳୟ ବତୀଘର ଏବଂ ବତୀ ଜାହାଜ ନିର୍ଦ୍ଦେଶାଳୟ କୋଲକାତା ପକ୍ଷରୁ ନିର୍ମାଣ ହୋଇଥିବା ୩ ଏକର ଜମିରେ ନିର୍ମିତ ବତୀଘର ୨୦୧୩ ଠାରୁ ବତୀଘର ଉପରେ କୋଷ୍ଟ ଗାର୍ଡ ପକ୍ଷରୁ ଜଳ ପଥ ରେ ଅନୁପ୍ରବେଶ କାରୀ ଙ୍କୁ ରୋକିବା ପାଇଁ ରାଡାର ଖଞ୍ଜା ଯାଇଥିବାରୁ ବେଳା ଭୂମି କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବତୀଘର ଉପର କୁ ବାରଣ କରାଯାଇଛି। ପର୍ଯ୍ୟଟକ ଙ୍କୁ ଆକୃଷ୍ଟ ପାଇଁ ବତୀଘର ଉପରେ ଲାଗିଥିବା ରାଡ଼ାର କୁ ସ୍ଥାନାନ୍ତର କରିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ପରିସର ମଧ୍ୟରେ ଶିଶୁ ପାର୍କ, ବତୀଘର ଉପରକୁ ଯିବା ପାଇଁ ଲିଫ୍ଟ, ମ୍ୟୁଜିୟମ ପାଇଁ ମଧ୍ଯ ପ୍ରସ୍ତାବ ରହିଛି। ଚଳିତ ବର୍ଷ ଜାନୁଆରି ମାସରେ ଡାଇରେକ୍ଟର ଜେନେରାଲ ଇ. ମୂର୍ତ୍ତି, ଡାଇରେକ୍ଟର ବିରେନ୍ଦ୍ର ଯାଦବ ବତୀଘର ପରିଦର୍ଶନ ରେ ଆସିଥିଲେ। ଏହି ପ୍ରସ୍ତାବ ଗୁଡିକ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଓଡ଼ିଶାରେ ଗୋପାଳପୁର, ପ୍ରୟାଗି, ପୁରୀ,ଚନ୍ଦ୍ରଭାଗା, ପାରାଦୀପ, ଫଲ୍ସ ପଏଣ୍ଟ,ରେ ବତୀଘର ରହିଛି। ଧାମରା ଓ ଡଗରା ରେ ବତୀଘର ନିର୍ମାଣ କରାଯିବ ବୋଲି ଜଣାପଡ଼ଛି।ଚନ୍ଦ୍ରଭାଗା ରେ ଥିବା ବତୀଘର ରେ ଲିଫ୍ଟ, ଓ ଶିଶୁ ପାର୍କ ନିର୍ମାଣ ଶେଷ ହୋଇଛି।ଗୋପାଳପୁର ରେ ଥିବା ବତୀଘର ମଧ୍ୟ ଲିଫ୍ଟ, ଶିଶୁ ପାର୍କ, ମ୍ୟୁଜୀୟମ ନିର୍ମାଣ କରାଯାଇ ସର୍ବସାଧାରଣ ନିମନ୍ତେ ଖୋଲାଯିବ ବୋଲି ବତୀଘର ଅଧିକାରୀ ଆଶିଷ କୁମାର ଦାଶ କହିଛନ୍ତି।
Comments are closed.