www.samajalive.in
Sunday, December 14, 2025
26.1 C
Bhubaneswar

ଆସାମ ଓ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଜାରି

ନୂଆଦିଲ୍ଲୀ: ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆରମ୍ଭ ହୋଇଛି। ଆସାମର ମୋଟ ୧୨୬ ଆସନ ମଧ୍ୟରୁ ୪୭ ଏବଂ ପଶ୍ଚିମବଙ୍ଗରେ ୨୯୪ ଆସନରୁ ୩୦ ଆସନରେ ମତଦାନ ଚାଲିଛି। ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସମେତ ୨୬୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।

ଆସାମରେ ସକାଳ ୧୦ଟା ସୁଦ୍ଧା ୧୦% ଭୋଟଗ୍ରହଣ ହୋଇଥିବାବେଳେ ଶାନ୍ତିଶୃଙ୍ଖଳାରେ ମତଦାନ ଚାଲିଥିବା ସୂଚନା ମିଳିଛି। ଆସାମରେ ଦୁଇ ଜାତୀୟ ଦଳ ବିଜେପି ଏବଂ କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ଗଠନ କରିଥିବା ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବ। ବିଜେପି ନେତୃତ୍ଵାଧୀନ ଆସାମ ଗଣପରିଷଦ ଓ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ ମେଣ୍ଟ ଏବଂ କଂଗ୍ରେସ ନେତୃତ୍ଵାଧୀନ ଏଆଇୟୁଡିଏଫ, ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ, ଆଞ୍ଚଳିକ ଗଣ ମୋର୍ଚ୍ଚା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ମେଣ୍ଟ ଗଠନ ହୋଇଛି।

- Advertisement -

ଅନ୍ୟପଟେ ପଶ୍ଚିମବଙ୍ଗରେ ସକାଳ ୧୦ଟା ସୁଦ୍ଧା ପ୍ରାୟ ୧୦ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ଜଣାପଡ଼ିଛି। ୩୦ ଆସନରେ ୧୯୧ ଆଶାୟୀ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ମହିଳା ଅଛନ୍ତି। ଏହି ପର୍ଯ୍ୟାୟରେ ୭୩ ଲକ୍ଷ ୮୦ ହଜାର ୯୪୨ ଭୋଟର ମତଦାନ କରିବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories