www.samajalive.in
Saturday, December 13, 2025
26.1 C
Bhubaneswar

ବଳଦକୁ ଶିକାର କଲା ବାଘ ; ଲୋକେ ଆତଙ୍କିତ

କନ୍ଧମାଳ : ଗାଁରେ ବୁଲୁଛି ବାଘ। ଶିକାର କରୁଛି ଗୃହପାଳିତ ପଶୁ। ଏଭଳି ଘଟଣା କନ୍ଧମାଳ ଜିଲା ବେଲଘର ବନାଞ୍ଚଳ ଗୁମା ବିଭାଗ ଅନ୍ତର୍ଗତ ତଗାପାଙ୍ଗା ଜଙ୍ଗଲରେ ଘଟିଥିବା ନେଇ ଶୁକ୍ରବାର ଜଣାପଡିଛି। ପାଗାପଙ୍ଗା ଗାଁରେ ବାଘ ବଳଦକୁ ଶିକାର କରିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବାଘ ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ସହ ଭୟରେ ଘରୁ ବାହାରୁ ନାହାନ୍ତି। ବାଘ ଆତଙ୍କ କାରଣରୁ ଜଙ୍ଗଲ ଓ ଜଙ୍ଗଲ ନିକଟକୁ ଅଞ୍ଚଳବାସୀଙ୍କୁ ନ ଯିବା ପାଇଁ ବନ ବିଭାଗ ପରାମର୍ଶ ଦେଇଛି। ଏହାସହ ବନ କର୍ମଚାରୀଙ୍କ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯାଇଛି। ମାତ୍ର ଏଯାଏଁ ବାଘ ନଜରରେ ଆସି ନାହିଁ ବୋଲି ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories