www.samajalive.in
Friday, December 12, 2025
17.1 C
Bhubaneswar

କଟକଣାରେ ଦୋଳ ମେଲଣ

ଚୌଦ୍ୱାର :  କରୋନା କଟକଣା ଭିତରେ ଚୌଦ୍ୱାରରେ ଗୁରୁବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ରାଜଦୋଳ ମେଳଣ। ପରମ୍ପରା ଅନୁଯାୟୀ ଚୌଦ୍ୱାରର ୪୪ ମଣ୍ଡଳ ରାଜଦୋଳର ପ୍ରଥମ ମେଲଣ ଶୁକ୍ଳପକ୍ଷ ଏକାଦଶୀ ସନ୍ଧ୍ୟାରେ ଆଗ୍ରାହାଟ ସ୍ଥିତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଯାଇଛି। ଦଶମୀ ସନ୍ଧ୍ୟାରେ ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଥିବା ଠାକୁର ଗୁଡିକ ନିଜନିଜ ବିମାନରେ ବିରାଜମାନ କରିଥିଲେ। ଏକାଦଶୀ ଗୁରୁବାର ସକାଳୁ ବିମାନ ଗୁଡିକ ଆସ୍ଥାନ ଛାଡି ବିଭିନ୍ନ ସାହି ଓ ଗ୍ରାମରେ ଭକ୍ତ ମାନଙ୍କ ଘରେ ଭୋଗପାଇ ମେଲଣ ପଡିଆ ଅଭିମୁଖେ ବାହାରି ପଡିଛନ୍ତି। ବିଧି ମୁତାବକ ସମସ୍ତ ବିମାନ ଯାତ୍ରା ପଡିଆରେ ପହଁଚିବା ପରେ ରାଜଦୋଳ ସମିତି ଓ ସ୍ଥାନୀୟ ମେଲଣ ପରିଚାଳନା କର୍ତ୍ତୃପକ୍ଷଙ୍କ ଠାରୁ ଛନ୍ଦା ପାଇ ମେଲଣ ପଡିଆ ପ୍ରସ୍ଥାନ କରିବେ। ପ୍ରଶାସନର କରୋନା କଟକଣା ନିଦ୍ଦେର୍ଶାବଳୀ ଅନୁସାରେ ମେଲଣ କରାଯାଉଛି। କମିଶନରେଟ୍ ପୁଲିସ ପକ୍ଷରୁ ଚୌଦ୍ୱାର ଥାନା ଆଇଆଇସି ସମେତ ୩ ଜଣ ଇନ୍‌ସ୍ପେକ୍ଟର ଓ ୩ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦ଜଣ ଅଫିସର ମେଲଣ ପରିଚାଳନା କରିବା ପାଇଁ ନିୟୋଜିତ ହୋଇଛନ୍ତି। ପରମ୍ପରା ଅନୁଯାଇ ଗୁରୁବାର ସନ୍ଧ୍ୟାରେ ଆଗ୍ରାହାଟ, ଶୁକ୍ରବାର ସନ୍ଧ୍ୟାରେ ଅନ୍ଧାରୀ ଜଗତପୁର, ଶନିବାର ସନ୍ଧ୍ୟାରେ ଗୋଡିପାଟଣା, ରବିବାର ସନ୍ଧ୍ୟାରେ ଚୌଦ୍ୱାର ଓ ସୋମବାର ସନ୍ଧ୍ୟାରେ ଫକୀରପୁର ମେଲଣ ଅନୁଷ୍ଠିତ ହେବ। ବୁଧବାର ସକାଳୁ ବିମାନ ଗୁଡିକ ଫକୀରପୁର ମେଲଣ ପଡିଆ ଛାଡି ମେଣ୍ଢାକୁଡିଆ ଦହନ ଓ ଯମୁନା ସ୍ନାନ ସାରି ନିଜ ନିଜ ଆସ୍ଥାନକୁ ଫେରିବେ। ଅନୁରୂପ ଭାବେ ଶାଳଗାଁ, ପଣ୍ଡୁଆ, ଅଙ୍ଗଦରାଢିହ, ବଡଚାଞ୍ଚୋରେ ମେଲଣମାନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories