www.samajalive.in
Saturday, December 13, 2025
26.1 C
Bhubaneswar

ସୂର୍ଯ୍ୟ ପାଖକୁ ଗଲା ନାସାର ‘ପାର୍କର’

ୱାଶିଂଟନ : ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ନିଜର ପ୍ରଥମ ଅଭିଯାନ କ୍ରମେ ସୂର୍ଯ୍ୟ ପାଖକୁ ରବିବାର ‘ପାର୍କର ସୋଲାର ପ୍ରୋବ’ ଯାନ ପଠାଇଛି। ଫ୍ଲୋରିଡ଼ାସ୍ଥିତ କେପ୍‍ କାନାଭେରାଲ ଡେଲ୍ଟା ହେଭି-୪ ରକେଟ୍‍ ଉତ୍‍କ୍ଷେପଣ କେନ୍ଦ୍ରରୁ ସ୍ଥାନୀୟ ସମୟ ଅନୁସାରେ ଭୋର ୩ଟା ୩୧ ମିନିଟ୍‍ରେ ‘ପାର୍କର ସୋଲାର ପ୍ରୋବ୍‍ ରେକଟ’ର ସଫଳ ଉତ୍‍କ୍ଷେପଣ କରାଯାଇଛି। ଏହି ଯାନ ସେକେଣ୍ଡ ପ୍ରତି ୧୯୦ କିଲୋମିଟର ବେଗ୍‍ରେ ଗତି କରିବ ଓ ଦୀର୍ଘ ୮୫ ଦିନର ଯାତ୍ରା ପରେ ନଭେମ୍ବର ୫ରେ ସୂର୍ଯ୍ୟ ନିକଟରେ ନିଜ କକ୍ଷରେ ପହଞ୍ଚିବ। ପୃଥିବୀଠାରୁ ସୂର୍ଯ୍ୟର ଦୂରତା ହେଉଛି ୧୪୯.୬ ନିୟୁତ କିମି ଅର୍ଥାତ ୧୫ କୋଟି କିଲୋମିଟର। ଏହି ଯାନକୁ ସୂର୍ଯ୍ୟଠାରୁ ୬୧ ଲକ୍ଷ କିଲୋମିଟର ଦୂରତ୍ୱରେ ଅବସ୍ଥାପିତ କରାଯିବ। ‘କାର’ ଆକୃତିର ଏହି ଯାନ କାର୍ବନ ଫାଇବର ପ୍ଳେଟ୍‍ରେ ପ୍ରସ୍ତୁତ ହୋଇଛି ଓ ଅତି ଶକ୍ତିଶାଳୀ ହିଟ୍‍ ସିଲ୍ଡରେ ସୁରକ୍ଷିତ ରହିଛି। ସିଲ୍ଡଟି ଟାଇଟନିୟମ, ଜିକୋନିୟମ ଏବଂ ମୋଲିବିଡେନିୟମ ମିଶ୍ର ଧାତୁରେ ତିଆରି କରାଯାଇଛି । ଏହି ସିଲ୍ଡ ୩୪୨୨ ଡିଗ୍ରୀ ସେଲସିୟସ (୬୧୯୨ ଫାରେନାଇଟ) ତାପମାତ୍ରାରେ ପହଞ୍ଚିଲେ ତରଳିବ । ଏହି ଯାନ ୧୩୭୧ ଡିଗ୍ରୀ ସେଲସିୟସ୍‍ ପର୍ଯ୍ୟନ୍ତ ତାପମାନ ସହ୍ୟ କରିପାରିବ। ଅର୍ଥାତ ଏହା ପୃଥିବୀ ତୁଳାନରେ ୫୦୦ ଗୁଣା ଅଧିକ ତାପମାତ୍ରା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଆସନ୍ତା ୭ ବର୍ଷ ପର୍ଯ୍ୟନ୍ତ ପାର୍କର ସୋଲାର ପ୍ରୋବ୍‍ ଯାନ ସୂର୍ଯ୍ୟକୁ ୨୪ ଥର ପରିକ୍ରମା କରିବ। ପ୍ରଥମ ଯାନ ଭାବେ ଏହା ସୂର୍ଯ୍ୟର ଅତି ନିକଟରେ ପହଞ୍ଚିବ। ଏହା ପୂର୍ବରୁ ୧୯୭୬ରେ ‘ହିଲିୟୋସ-୨’ ନାମକ ଯାନ ସୂର୍ଯ୍ୟଠାରୁ ପ୍ରାୟ ୪.୩ କୋଟି କିଲୋମିଟର ଦୂରରେ ଗତି କରିଥିଲା। ହିଲିୟୋସ୍‍-୨ ତୁଳନାରେ ପାର୍କର ସୂର୍ଯ୍ୟର ୭ ଗୁଣା ଅଧିକ ନିକଟରେ ଅବସ୍ଥାପିତ ହେବ। ରବିବାର ସୂର୍ଯ୍ୟ ନିକଟକୁ ପଠାଯାଇଥିବା ଯାନର ନାମ ଆମେରିକାର ବୈଜ୍ଞାନିକ ୟୁଜିନ୍‍ ପାର୍କରଙ୍କ ନାମ ଅନୁସାରେ ରଖାଯାଇଛି। ୟୁଜିନ୍‍ ପାର୍କର ପ୍ରଥମ ଥର ୧୯୫୮ରେ ସୌର ଝଡ଼ ସମ୍ପର୍କରେ ସୂଚନା ଦେଇଥିଲେ। ନାସାର ଏହି ସ୍ପେସକ୍ରାଫ୍ଟ ଘଣ୍ଟା ପ୍ରତି ୭ ଲକ୍ଷ କିଲୋମିଟର ବେଗରେ ଗତି କରି ସୂର୍ଯ୍ୟ ପାଖରେ ପହଞ୍ଚିବ। ପୃଥିବୀରେ ଏହି ଗତିରେ ମାତ୍ର ୭ ସେକେଣ୍ଡରେ ମୁମ୍ବଇରୁ ଦିଲ୍ଲୀର ଦୂରତ୍ୱ ଅତିକ୍ରମ କରିହେବ। ନାସା ଏହି ଅଭିଯାନ ପାଇଁ ୧୦୩ ଶହ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ଯାନ ୯ ଫୁଟ୍‍ ୧୦ ଇଞ୍ଚ ଲମ୍ବା ଓ ଏହାର ଓଜନ ହେଉଛି ୬୧୨ କିଲୋଗ୍ରାମ। ଏହି ଯାନ ସୂର୍ଯ୍ୟର ଆଲୋକ ବଳୟ, ସୌର ବାୟୁ ମଣ୍ଡଳ, ସୌର ଝଡ଼ ଏବଂ ସୂର୍ଯ୍ୟ ଉପରେ ଅଧିକ ଅନୁସନ୍ଧାନ କରିବ। ଏହାଦ୍ୱାରା ସୂର୍ଯ୍ୟ ଉପରେ ଅନେକ ରହସ୍ୟର ଉନ୍ମୋଚନ ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶା ବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ମାର୍ଚ୍ଚ ମାସରେ ନାସା ପକ୍ଷରୁ ସୂର୍ଯ୍ୟକୁ ଛୁଇଁବା (ଟଚ୍‍ ଦି ସନ୍‍) ଐତିହାସିକ ଅଭିଯାନର ଅଂଶ ହେବା ପାଇଁ ଲୋକଙ୍କ ନାମ ମଗାଯାଇଥିଲା। ମଇ ପର୍ଯ୍ୟନ୍ତ ପାଖାପାଖି ୧୧ ଲକ୍ଷ ୩୭ ହଜାର ନାମ ନାସା ପାଖରେ ପହଞ୍ଚିଥିଲା। ଏକ ମେମୋରିକାର୍ଡ ଜରିଆରେ ୧୧ ଲକ୍ଷ ୩୭ ହଜାର ୨୦୨ ନାମ ଯାନ ମାଧ୍ୟମରେ ସୂର୍ଯ୍ୟ ନିକଟକୁ ପଠାଇ ଦିଆଯାଇଛି। ଏହାଦ୍ୱାରା ୧୧ ଲକ୍ଷ ଲୋକଙ୍କ ନାମ ସୂର୍ଯ୍ୟ ନିକଟରେ ପହଞ୍ଚିବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories