www.samajalive.in
Thursday, December 11, 2025
18.1 C
Bhubaneswar

ବ୍ୟାଙ୍କ ଜାଲିଆତି ମାମଲା : ୪କୋଟି ୮୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ଏକ ବ୍ୟାଙ୍କ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏସ୍‍.କେ. ସୁବ୍ରମଣ୍ୟ ରେଡ୍ଡୀ ଓ ଅନ୍ୟମାନଙ୍କର ୪କୋଟି ୮୩ ଲକ୍ଷ ଟଙ୍କା ମୂଲ୍ୟର ୫ଟି ସ୍ଥାବର ସମ୍ପତ୍ତିକୁ ଜବତ କରିଛି। ସେଗୁଡ଼ିକ କର୍ଣ୍ଣାଟକର ବେଙ୍ଗାଲୁରୁରେ ଅବସ୍ଥିତ। ସିବିଆଇ ଓ ଦୁର୍ନୀତି
ନିବାରଣ ବ୍ୟୁରୋ ଦ୍ୱାରା ଦାଏର ହୋଇଥିବା ଅଭିଯୋଗକୁ ଭିତ୍ତିକରି ଇଡି ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କ ଅଫ୍‍ ବରୋଦାର କେଙ୍ଗେଡି ଶାଖାର ମ୍ୟାନେଜର ଟି.ଏନ୍‍. ପ୍ରବୀଣକୁମାରଙ୍କ ବିରୁଦ୍ଧରେ ସିବିଆଇ ଓ ଦୁର୍ନୀତି ନିବାରଣ ବ୍ୟୁରୋ ଏଫ୍‍ଆଇଆର୍‍ ରୁଜୁ କରିଥିଲେ। ଏସ୍‍.କେ. ସୁବ୍ରମଣ୍ୟ ରେଡ୍ଡୀଙ୍କ ସହ ମିଶି ଟି.ଏନ୍‍. ପ୍ରବୀଣକୁମାର ୧୮୬ଟି ସୁନାଋଣ ମଞ୍ଜୁର କରିଥିଲେ। ଶ୍ରୀ ରେଡ୍ଡୀ ସେହି ଅର୍ଥ ତାଙ୍କର ବକେୟା ଋଣ ପରିଶୋଧ କରିବା ପାଇଁ ସିଣ୍ଡିକେଟ ବ୍ୟାଙ୍କରେ ଜମା ଦେଇଥିବା ତଦନ୍ତରୁ ଜଣାପଡ଼ିଛି।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories