www.samajalive.in
Thursday, December 11, 2025
15.1 C
Bhubaneswar

ରାଜ୍ୟପାଳଙ୍କୁ ଭେଟିଲା ବିଜେପି; ଦେଶମୁଖଙ୍କ ବିରୋଧରେ ପରମବୀରଙ୍କ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି

ମୁମ୍ବଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କ ନେତୃତ୍ଵରେ ବିଜେପିର ଏକ ଟିମ ବୁଧବାର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛି। ନେତାମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ପୁଲିସ କମିଶନର ପରମବୀର ସିଂହ କରିଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରାଇବା ଦିଗରେ ପଦକ୍ଷେପ ନେବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି।

ରାଜ୍ୟପାଳଙ୍କୁ ଭେଟିବା ପରେ ଫଡନଭୀସ କହିଛନ୍ତି, ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ନ କରିବା ଦରକାର ଯେ, ଅନିଲ ଦେଶମୁଖ, ସଚିନ ୱାଜେ ଏବଂ ଏମାନଙ୍କ ସହିତ ସମ୍ପୃକ୍ତ ମାମଲା ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନୀରବତା ଚିନ୍ତାଜନକ। ସମ୍ପୂର୍ଣ୍ଣ ଘଟଣା ଦୁଃଖଦାୟକ ଏବଂ ଆଶ୍ଚର୍ଯ୍ୟଜନକ ବୋଲି ଫଡନଭୀସ କହିଛନ୍ତି।

- Advertisement -

ସେ ଆହୁରି କହିଛନ୍ତି ଯେ, ମହାବିକାଶ ଅଘାଡ଼ି ସରକାର ନିଜର ନୈତିକତା ହରାଇ ସାରିଛି। ଏହି ମେଣ୍ଟ କେବଳ କ୍ଷମତାରେ ରହିବା ଲାଗି କାର୍ଯ୍ୟ କରୁଛି। ଏତେ ସବୁ ପ୍ରସଙ୍ଗ ସତ୍ବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଚୁପ ରହିଛନ୍ତି। ଶରଦ ପୱାର ଦୁଇ ଥର ସାମ୍ବାଦିକ ସମ୍ମିଳନୀ କରି କେବଳ ନିଜ ମନ୍ତ୍ରୀମାନଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରିଛନ୍ତି ବୋଲି ଫଡନଭୀସ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories