www.samajalive.in
Monday, December 8, 2025
27.1 C
Bhubaneswar

ଜାଣନ୍ତୁ ଆପଣଙ୍କ କେଉଁ ଅଭ୍ୟାସ ଦ୍ୱାରା ଜୀବନରେ ସୃଷ୍ଟି ହୋଇଥାଏ ସମସ୍ୟା

ସଭିଏଁ ଇଚ୍ଛା କରିଥାଆନ୍ତି ସେମାନଙ୍କ ଜୀବନ ହସଖୁସିରେ ଅତିବାହିତ ହେଉ। ଶାସ୍ତ୍ର ଅନୁଯାୟୀ, ଉତ୍ତମ ଓ ସୁଖୀ ଜୀବନ ପାଇଁ କିଛି ନିୟମ ପାଳନ କରିବାର ଆବଶ୍ୟକତା ରହିଛି। ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି, ପୁରୁଷ ହୁଅନ୍ତୁ ଅଥବା ମହିଳା ଉଭୟ ସେହି ସମସ୍ତ ନିୟମର ପାଳନ କରିବା ଦ୍ୱାରା ଜୀବନରେ ସୁଖଶାନ୍ତିର ମାର୍ଗ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ….

ମାନ୍ୟତା ଅନୁଯାୟୀ, ପ୍ରତ୍ୟେକ ମାସର ଅମାବାସ୍ୟା, ପୂର୍ଣ୍ଣିମା, ଚର୍ତୁଦଶୀ , ଅଷ୍ଟମୀରେ ପୁରୁଷମାନେ ତେଲ ମାଲିସ କରିବା ଉଚିତ ନୁହେଁ, ଆମିଷ ଭୋଜନ ମଧ୍ୟ କରିବା ଉଚିତ ନୁହେଁ। ଏହାଦ୍ୱାରା ଜୀବନରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ।

- Advertisement -

ପୁରୁଷ କଦାପି ନାରୀଙ୍କ ଉପରେ ହାତ ଉଠାଇବା ଉଚିତ ନୁହେଁ। ଏହାଦ୍ୱାରା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।

ଆପଣ ଧନ-ବୈଭବ ପ୍ରାପ୍ତି ପାଇଁ ଘରକୁ ଫେରିବା ବେଳେ ପାଦ ଧୋଇ ଭଲ ଭାବେ ଘରକୁ ପ୍ରବେଶ କରନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ସର୍ବଦା ଗୃହରେ ବାସ କରନ୍ତି। ଘରେ ସୁଖଶାନ୍ତି ସର୍ବଦା ରହିଥାଏ।

ଦେବୀ-ଦେବତାଙ୍କ ମୂର୍ତ୍ତି,ଚିତ୍ର, ଦୀପ, ଶିବଲିଙ୍ଗ, ସୁନା, ଶଙ୍ଖ, ରେଶମୀ ସୂତାକୁ ଭୂମି ଉପରେ ରଖନ୍ତୁ ନାହିଁ। ଆବଶ୍ୟକ ହେଲେ ଏକ କପଡା ପକାଇ ଏହି ସମସ୍ତ ଜିନିଷକୁ ରଖିପାରିବେ।

ଶାସ୍ତ୍ର ଅନୁଯାୟୀ, କଦାପି ଗୁରୁଜନଙ୍କର ଅପମାନ କରନ୍ତୁ ନାହିଁ। ମାତା, ପିତା, ଶିକ୍ଷକ, ମହିଳା , ନିଜ ଠାରୁ ବୟସରେ ବଡ ବ୍ୟକ୍ତିଙ୍କୁ ଅସମ୍ମାନ କରିବା ଦ୍ୱାରା କୁବେର କ୍ରୋଧ କରନ୍ତି, ଫଳରେ ଧନସମ୍ପତ୍ତି ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ଘରକୁ ସର୍ବଦା ସଫାସୁତୁରା ରଖନ୍ତୁ।

ରବିବାର ଦିନ ତମ୍ବା ବାସନର ବ୍ୟବହାର କରନ୍ତୁ ନାହିଁ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories