www.samajalive.in
Saturday, December 13, 2025
26.1 C
Bhubaneswar

ମହାନଦୀ ପୋଲତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପିତା

ବୁର୍ଲା : ପୁଣି ବୁର୍ଲା ମହାନଦୀ ପୋଲ ତଳୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ ବୁର୍ଲା ଭିମସାର ମେଡ଼ିକାଲ କଲେଜର ଡିଏମଆରଟି ଛାତ୍ର ୨୫ ବର୍ଷିୟ ବିଶ୍ୱରଞ୍ଜନ ଷଡ଼ଙ୍ଗୀ ବୋଲି ଜଣାପଡ଼ିଛି। ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର ହୋଇଥିବାବେଳେ ଯୁବକଙ୍କ ପିତା ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ମହାନଦୀ ପୋଲ ଏକପ୍ରକାର ସୁଇସାଇଡ଼ ପଏଣ୍ଟରେ ପରିଣତ ହେଲାଣି ଆଲବମ କୁଇନ ସେଲଫି ବେବୋ ବା ସିମ୍ରନଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ଏହି ପୋଲତଳୁ ଗତ ୨୦୧୯ ମସିହା ଜାନୁଆରୀ ମାସରେ ଉଦ୍ଧାର କରାଯାଇଥିଲା। ଏହାକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ବିବାଦୀୟ ସ୍ଥିତି ଉତ୍ପନ୍ନ ହୋଇଥିଲା।
ସୂଚନା ଥାଉକି, ଭିମସାର ମେଡ଼ିକାଲ କଲେଜରେ ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଜଣେ ଡିଏମଆରଟି (ଡିପ୍ଲୋମା ଇନ୍‌ ରେଡ଼ିଓଲୋଜି ଥେରାପି)ର ଛାତ୍ର। ସୋମବାର ସକାଳୁ ତାଙ୍କ କ୍ଷତବିକ୍ଷତ ମୃତଦେହ ବୁର୍ଲା ମହାନଦୀ ପୋଲ ତଳେ ଗୁହିରାଟିକ୍ରା ମନ୍ଦିର ଯିବା ରାସ୍ତାକଡ଼ ପୋଲତଳେ ପଡ଼ିଥିବା କିଛିଲୋକ ଦେଖି ବୁର୍ଲା ଥାନାକୁ ଜଣାଇଥିଲେ। ବୁର୍ଲା ପୁଲିସ ମୃତଦେହ ଉଦ୍ଧାର କରିଛି। ଯୁବକର ହାତଗୋଡ଼, ଦେହ ଏବଂ ମୁହଁ ସମସ୍ତ ସ୍ଥାନରୁ ପ୍ରଚୁର ରକ୍ତସ୍ରାବ ହୋଇ ନିକଟରେ ରକ୍ତଛିଟା ଜମି ରହିଥିବା ଦେଖିବାକୁ ମିଳିଛି।

ସୁନ୍ଦରଗଡ଼ ଅଞ୍ଚଳର ମୃତ ବିଶ୍ୱଙ୍କ ପିତା ଚିତ୍ତରଞ୍ଜନ ଷଡ଼ଙ୍ଗୀ ବୁର୍ଲାକୁ ପହଞ୍ଚିବା ପରେ ତାଙ୍କ ପୁଅ ଆତ୍ମହତ୍ୟା କରିବାର କୌଣସି କାରଣ ନାହିଁ ତାକୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ ଆଣିଥିବା ବୁର୍ଲା ଥାନା ଏସଆଇ ସଂଘମିତ୍ରା ଦାସଙ୍କ ସୂତ୍ରରୁ ପ୍ରକାଶ। ପୁଣି ବିଶ୍ୱ ବାପା ଚିତ୍ତରଞ୍ଜନଙ୍କୁ ଫୋନ କରି ଘରକୁ ଆସିବି ବୋଲି କହିଥିବା ମଧ୍ୟ ପ୍ରକାଶ କରିଥିଲେ। ଏହି ଘଟଣାକୁ ନେଇ ବୁର୍ଲା ଏସଡ଼ିପିଓ ସତ୍ୟବ୍ରତ ଦାସ ଛାତ୍ର ଜଣକ ବାହାରେ ଭଡ଼ାଘରେ ରହୁଥିବା ତାଙ୍କର କୋଠରୀ ଯାଞ୍ଚ କରାଯାଇଥିବା ବିଶେଷ କିଛି ହାତକୁ ଲାଗି ନ ଥିବା ଏବଂ ଶବକୁ ବ୍ୟବଚ୍ଛେଦ କରାଯିବା ପରେ ଛାତ୍ରଙ୍କ ମୃତ୍ୟୁ ଘଟଣା ସ୍ପଷ୍ଟ ହୋଇ ପାରିବ ବୋଲି କହିଛନ୍ତି। ସୂଚନା ଥାଉକି, ମୃତ ବିଶ୍ୱ ଭିମସାର ମେଡ଼ିକାଲ କଲେଜର ଡିଏମଆରଟି ଛାତ୍ର ଗତ ୨୦୨୦ ମସିହାରେ ସେ ପରୀକ୍ଷା ଦେଇ ତାଙ୍କ ଇୟର୍‌ ବେକ୍‌ ରହିଥିବାବେଳେ ସେ ଜଣେ ଶାନ୍ତ ସ୍ୱଭାବ ଏବଂ ସମସ୍ତଙ୍କୁ ସମ୍ମାନ ଦେଖାଉଥିବା ଯୁବକ ଥିଲେ ବୋଲି ଭିମସାର ସୂତ୍ରରୁ ଜଣାପଡ଼ିଛି। ସେପଟେ ବର୍ତ୍ତମାନ ସୁଦ୍ଧା ଜିଲା ପ୍ରଶାସନ ତରଫରୁ ଏପରି ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସିସିଟିଭି କ୍ୟାମେରା ଲଗାଯିବା କ୍ଷେତ୍ରରେ କୌଣସି ବିହିତ ପଦକ୍ଷେପ ଉଠାଯାଇ ପାରି ନଥିବା ନେଇ ସଚେତନ ମହଲରେ ଚର୍ଚ୍ଚା ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories