www.samajalive.in
Wednesday, December 10, 2025
16.1 C
Bhubaneswar

ୟୁପି ବିଧାୟକଙ୍କୁ ଦାଉଦ୍‍ ମାଗିଛି ୧କୋଟି ଟଙ୍କା: ଖୋଜାପଡ଼ିଛି ନକଲି ଦାଉଦ!

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବଲିଆ ଜିଲା ରସଡ଼ା ବିଧାନସଭା କ୍ଷେତ୍ରରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଥିବା ବହୁଜନ ସମାଜ ପାର୍ଟର୍ି ବିଧାୟକ ଉମାଶଙ୍କର ସିଂହଙ୍କୁ ୧କୋଟି ଟଙ୍କା ଦାଦାବଟି ମାଗିଛି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ। ଏକ ଇମେଲରେ ଜରିଆରେ ମଗା ଯାଇଥିବା ଏଭଳି ଦାଦାବଟିକୁ ନେଇ ପୁଲିସର ତଦନ୍ତ ଆରମ୍ଭ ହୋଇଛି। ଏହାକୁ ନେଇ ବିଧାୟକ ଲକ୍ଷ୍ନୌ ସ୍ଥିତ ଗୋମତି ନଗର ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି।
ଅଭିଯୋଗ ଅନୁଯାୟୀ ସୋମବାର ସନ୍ଧ୍ୟା ୫ଟାରେ ତାଙ୍କ ମୋବାଇଲରେ ଏକ ମେସେଜ ଆସିଥିଲା। ମେସେଜରେ ତାଙ୍କ ମେଲ ଚେକ କରିବାକୁ ନିର୍ଦେଶ ଦିଆଯାଇ ଥିଲା। ବିଧାୟକ ଏଭଳି ମେସେଜକୁ ଗୁରୁତ୍ୱ ନଦେବାରୁ ପୁଣି ଅଗଷ୍ଟ ୮ ଅପରାହ୍ଣରେ ଆଉ ଏକ ମେସେଜରେ ୧କୋଟି ଦେବ କି ନାହିଁ ବୋଲି ସିଧାସଳଖ ପ୍ରଶ୍ନ କରାଯିବାରୁ ସେ ବିଚଳିତ ହୋଇ ପଡ଼ିଥିଲେ। ବିଧାୟକଙ୍କ ମେଲରେ ଦାଉଦର ଏକ ଫଟୋ ସହ ୧କୋଟି ଟଙ୍କା ଦାଦାବଟି ଦେବାକୁ ବିଧାୟକଙ୍କୁ ତାଗିଦ କରାଯାଇ ଥିଲା।


ତେବେ ଏହି ଇମେଲ୍‍ ପ୍ରକୃତରେ ଦାଉଦ୍‍ ପଠାଇଛି ନା ତା ନାଁ ର ସାହାରା ନେଇ ଆଉ କେହି ବ୍ୟକ୍ତି ଏଭଳି ଇମେଲ୍‍ ପଠାଇଛି ତାହାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଦାଉଦ୍‍ ଏବେ ପାକିସ୍ତାନରେ ଶରଣ ନେଇଥିବା ବେଳେ ତାର ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ନଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତାର ଅପରାଧିକ ନେଟ୍‍୍‍ୱର୍କ ମଧ୍ୟ ପୂର୍ବ ଭଳି ସକ୍ରିୟ ନାହିଁ। ଦାଉଦ୍‍ର ନିଜ ଗ୍ୟାଙ୍ଗର ଲୋକ ମଧ୍ୟ ଦାଉଦ୍‍ ସପକ୍ଷରେ ନଥିବା ଜଣାପଡ଼ିଛି। ତେଣୁ ଏଭଳି ପରିସ୍ଥିତିରେ ଦାଉଦ୍‍ ପୁଣି ଇମେଲ୍‍ ପଠାଇବା ଘଟଣାକୁ ପୁଲିସ ସହଜରେ ନେଇ ପାରୁନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories