www.samajalive.in
Thursday, December 11, 2025
16.1 C
Bhubaneswar

ଖାଦ୍ୟ ଖାଇବା ପରେ ଥାଳିରେ ହାତ ଧୋଉଛନ୍ତି କି ?

ଅଧିକାଂଶ ସମୟରେ ଲୋକେ ଖାଦ୍ୟ ଖାଇବା ପରେ ସେହି ଥାଳିରେ ହାତ ଧୋଇ ଥାଆନ୍ତି। ମାତ୍ର ଏପରି କରିବା ଆଦୌ ଉଚିତ ନୁହେଁ। ଧାର୍ମିକ ମାନ୍ୟତା ଅନୁଯାୟୀ, ଖାଦ୍ୟ ଖାଇବା ଥାଳିରେ ହାତ ଧୋଇବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହାଦ୍ୱାରା ଖାଦ୍ୟ ଥାଳିରେ ଥିବା ସାମାନ୍ୟ ଅନ୍ନର ଅନାଦର ହୋଇଥାଏ। ମା’ଲକ୍ଷ୍ମୀ ଏଥିରେ କ୍ରୋଧ କରିଥାଆନ୍ତି ଓ ଦରିଦ୍ରତା ସମସ୍ୟା ସୃଷ୍ଟି ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ଅଗ୍ନି ଦେବତାଙ୍କ କୃପାରୁ ଭୋଜନ ପ୍ରସ୍ତୁତ ହୋଇଥାଏ ଏହାସହ ଯଜ୍ଞ ଅଥବା ଅଗ୍ନି ଦ୍ୱାରା ଅର୍ପଣ କରାଯାଇଥିବା ସାମଗ୍ରୀ ଦେବତାଙ୍କୁ ଭୋଜନ ରୂପେ ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଭୋଜନର ଖୁବ ମହତ୍ତ୍ୱ ରହିଛି। ଏହାବ୍ୟତୀତ ଅନେକ ପୁରାଣରେ ଅନ୍ନର ଅନାଦର କରିବା ଖୁବ ପାପ ବୋଲି ଉଲ୍ଲେଖ ରହିଛି।
ଭୋଜନ ଥାଳିକୁ ସର୍ବଦା ଆସନ ଉପରେ ରଖି ଓ ନିଜେ ମଧ୍ୟ ଆସନରେ ବସି ସମ୍ମାନପୂର୍ବକ ଗ୍ରହଣ କରିବା ଆବଶ୍ୟକ।
ଭୋଜନ ଥାଳି ଗୋଟିଏ ହାତରେ ଉପରକୁ ଉଠାଇ ଅନ୍ୟ ହାତରେ ଭୋଜନ କରିବା ଉଚିତ ନୁହେଁ।
ଥାଳିରେ ସର୍ବଦା ଆବଶ୍ୟକ ଅନୁଯାୟୀ ଖାଦ୍ୟ ନେବା ଉଚିତ। ଥାଳିରେ ଖାଦ୍ୟ ନଷ୍ଟ କରିବା ଉଚିତ ନୁହେଁ।
ଶାସ୍ତ୍ର ଅନୁଯାୟୀ, ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ସ୍ମରଣ କରିବା ଉଚିତ। ଏହାସହ ଭୋଜନ କରିବା ସମୟରେ କ୍ରୋଧ, କଥାବାର୍ତ୍ତା, ଜୋରରେ ପାଟି କରିବା ଆଦୌ ଉଚିତ ନୁହେଁ।

 

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories