www.samajalive.in
Saturday, December 13, 2025
26.1 C
Bhubaneswar

ଦ୍ୱିତୀୟ ବେସରକାରୀ ଟେଷ୍ଟମ୍ୟାଚ : ଭାରତ ‘ଏ’ ୩୪୫, ଦ.ଆଫ୍ରିକା ‘ଏ’ ୩/୨୧୯

ବେଙ୍ଗାଲୁରୁ : ଏଠାରେ ଚାଲିଥିବା ଦ୍ୱିତୀୟ ବେସରକାରୀ ଟେଷ୍ଟମ୍ୟାଚରେ ଭାରତ ‘ଏ’ ଦଳ ପ୍ରଥମ ଇନିଂସରେ ୩୪୫ ରନରେ ଅଲଆଉଟ ହୋଇଛି। ଜବାବରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ‘ଏ’ ପ୍ରଥମ ଇନିଂସରେ ୩ ୱିକେଟ ହରାଇ ୨୧୯ ରନ କରିଛି। ଓପନର ପିଟର ମଲାନ ଖାତା ଖୋଲିବା ପୂର୍ବରୁ ଇନିଂସର ପ୍ରଥମ ବଲରେ ଆଉଟ ହୋଇଥିଲେ। ତେବେ ସାରେଲ ଏଲୱି ଓ ଜୁବେର ହାମ୍‍ଜା ୨ୟ ୱିକେଟ ପାଇଁ ୧୫୪ ରନ ଯୋଗକରି ଦଳୀୟ ସ୍ଥିତିକୁ ସୁଦୃଢ କରିଥିଲେ। ୧୬୩ ରନ ମଧ୍ୟରେ ୟୁଜବେନ୍ଦ୍ର ଚହଲ ଏଲୱି (୫୮) ଓ ହାମ୍‍ଜାଙ୍କୁ (୯୩) ଆଉଟ କରିଥିଲେ। ଖରାପ ଆଲୋକ ଯୋଗୁଁ ଦ୍ୱିତୀୟ ଦିନରେ କେବଳ ୫୧ ଓଭର ଖେଳ ସମ୍ଭବ ହୋଇଥିଲା। ଷ୍ଟମ୍ପ ଅପସାରଣ ସମୟରେ ଭାନ୍‍ ଡେର୍‍ ଦୁସେନ ୧୮ ଓ ରୁଡି ସେକେଣ୍ଡ ୩୫ ରନରେ ବ୍ୟାଟିଂ କରୁଛନ୍ତି। ଭାରତ ‘ଏ’ ପକ୍ଷରୁ ଚହଲ ୨ଟି ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି।
ଦକ୍ଷିଣ ଆଫ୍ରିକା ‘ଏ’ ଅଧିନାୟକ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତ ‘ଏ’କୁ ଆମନ୍ତ୍ରଣ କରିଥିଲେ। ୧୮ ରନରେ ଭାରତ ‘ଏ’ ଦୁଇ ଓପନର ମୟଙ୍କ ଅଗ୍ରୱାଲ (୦) ଓ ପୃଥ୍ୱୀ ଶ’ଙ୍କ (୧୬) ୱିକେଟ ହରାଇଥିଲା। ତେବେ ହନୁମା ବିହାରି ଓ ଅଧିନାୟକ ଶ୍ରେୟସ ଆୟାର ୩ୟ ୱିକେଟ ପାଇଁ ୬୨ ରନ ଯୋଗକରି ସ୍ଥିତିକୁ ସୁଧାରିଥିଲେ। ଶ୍ରେୟସ ବ୍ୟକ୍ତିଗତ ୩୯ ରନ କରି ତୃତୀୟ ଖେଳାଳିଭାବେ ଆଉଟ ହୋଇଥିଲେ। ହନୁମା ଓ ଅଙ୍କିତ ବାୱାନେ (୮୦) ୪ର୍ଥ ୱିକେଟ ପାଇଁ ୧୭୭ ରନ ଯୋଗକରିଥିଲେ। ଫଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ‘ଏ’ ୪ ୱିକେଟ ବିନିମୟରେ ୩୨୨ ରନ କରିଥିଲା। ଦ୍ୱିତୀୟ ଦିନରେ ଭାରତ ‘ଏ’ ପ୍ରଥମ ଇନିଂସରେ ୩୪୫ ରନରେ ଅଲଆଉଟ ହୋଇଥିଲା। ହନୁମା ବିହାରି ସର୍ବାଧିକ ୧୪୮ ଓ ଶ୍ରୀକର ଭାରତ ୩୪ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ‘ଏ’ ପକ୍ଷରୁ ଡୁଆନ ଅଲିଭର ୬ଟି ଓ ଆନ୍‍ରିଚ୍‍ ନୋର୍ଜେ ୨ଟି ୱିକେଟ ଅକ୍ତିଆର କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories