www.samajalive.in
Sunday, December 14, 2025
26.1 C
Bhubaneswar

ସାମ୍ବାଦିକଙ୍କୁ ଟିକା ଦେବା ଯୋଜନାକୁ ଓୟୁଜେର ସ୍ବାଗତ

ବାଲେଶ୍ୱର : ରାଜ୍ୟ ସରକାର ସାମ୍ବାଦିକ ଓ ସମ୍ବାଦପତ୍ର ସଂସ୍ଥାରେ କର୍ତ୍ତବ୍ୟ ରତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ସହ ଟିକାକରଣରେ ସାମିଲ କରିବା ପାଇଁ ଚିଠି କରିଥିବାରୁ ଓୟୁଜେ ବାଲେଶ୍ୱର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରଥମେ ରାଜ୍ୟ ସରକାର ସଫେଇ କର୍ମଚାରୀ, ଆଶା କର୍ମୀ ଅଙ୍ଗନୱାଡ଼ି କର୍ମୀ, ପୁଲିସ, ଡାକ୍ତର, ନର୍ସମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରି ସେମାନଙ୍କୁ ମାଗଣାରେ କରୋନା ଟିକା ପ୍ରଦାନ କରିଥିଲେ। ଏବେ ସାମ୍ବାଦିକ ଓ ସମ୍ବାଦ ପତ୍ର ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଅତିରିକ୍ତ ଭାବେ ସମ୍ମୁଖ ଯୋଦ୍ଧା ଭାବେ ବିବେଚନା କରିଥିବାରୁ ଓୟୁଜେ ବାଲେଶ୍ୱର ଜିଲା ଶାଖାର ସମସ୍ତ ସଦସ୍ୟ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବୋଲି ଜିଲା ଶାଖା ସଭାପତି ଗଙ୍ଗାଧର ରାଉତ, ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଜଣାଇଛନ୍ତି। ଏଥିପାଇଁ ବାଲେଶ୍ୱର ଜିଲା ଶାଖା ସହ ରାଜ୍ୟ ଶାଖା ସଭାପତି ପ୍ରସନ୍ନ କୁମାର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରେ ଦାବି ଉପସ୍ଥାପନ କରିଥିଲେ। ସରକାର ସଙ୍ଘର ଦାବିକୁ ଗ୍ରହଣ କରିବା ସହିତ ସମୟୋଚିତ ପଦକ୍ଷେପ ନେଇଥିବାରୁ ସାମ୍ୱାଦିକଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories