www.samajalive.in
Saturday, December 13, 2025
26.1 C
Bhubaneswar

ସାଇବର ଠକେଇ : ମାସକରେ ୭୮୪ଜଣ ଶିକାର, ୬ଲକ୍ଷ ୮୫ହଜାର ୮୪୭ଟଙ୍କା ଉଦ୍ଧାର

ଉତ୍ତର ଭୁବନେଶ୍ୱର: ଭୁବନେଶ୍ୱର ସହିତ ବିଭିନ୍ନ ଜିଲାରେ ଦିନକୁ ଦିନ ସାଇବର ଠକେଇ ଅଭିଯୋଗ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ଲାଗି ସାଇବର ସେଲ୍‌ ଖୋଲାଯାଇଛି। ତେବେ ଭୁବନେଶ୍ୱରରେ ସାଇବର ସେଲ୍‌ ଖୋଲାଯିବାଠାରୁ ଆଜି ସୁଦ୍ଧା ୧୧୭୩ଟି ଅଭିଯୋଗ ଆସିଥିବାବେଳେ ଗତ ଫେବୃୟାରୀ ମାସରେ ମୋଟ ୭୮୪ଜଣ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩୨୨ଜଣ ଭୁବନେଶ୍ୱର ସାଇବର ସେଲ୍‌ରେ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ୪୬୨ଜଣ ରାଜ୍ୟର ବିଭିନ୍ନ ଜିଲାର ଶିକାର ହୋଇଥିବା କମିସନରେଟ ପୁଲିସ ସୂଚନା ଦେଇଛି।

 

- Advertisement -

ସୂଚନା ଅନୁସାରେ ଗତ ଫେବୃୟାରୀ ମାସରେ ମୋଟ ୧କୋଟି ୨୧ଲକ୍ଷ ୧୩ହଜାର ଟଙ୍କା ଠକେଇ ହୋଇଥିବାବେଳେ ଭୁବନେଶ୍ୱରରୁ ୫୧ଲକ୍ଷ ୩୯ହଜାର ୯୦୮ ଟଙ୍କା ଠକେଇ ହୋଇଛି ା ୬୯ଲକ୍ଷ ୭୩ ହଜାର ୫୫୪ଟଙ୍କା ଅନ୍ୟାନ୍ୟ ଜିଲାରୁ ଠକେଇ ହୋଇଛି। ତେବେ ବିଭିନ୍ନ ପ୍ରକାର ଠକେଇ ଭିତରେ ୧୨୫ଟି ୟୁପିଆଇ, ୩୫ଟି କ୍ରେଡିଟ୍‍ ଓ ଡେବିଟ୍‍ ଏବଂ ୧୬୨ଟି ଅନ୍ୟାନ୍ୟ ଠକେଇ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର କମିସନରେଟ ପୁଲିସ ଠକଙ୍କଠାରୁ ୬ଲକ୍ଷ ୮୫ହଜାର ୮୪୭ ଟଙ୍କା ଉଦ୍ଧାର କରିଥିବା କହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories