www.samajalive.in
Saturday, December 13, 2025
26.1 C
Bhubaneswar

ହାତୀ ଆକ୍ରମଣରେ ଭିନ୍ନକ୍ଷମ ହୋଇଥିବା ବ୍ୟକ୍ତିଙ୍କ ଝିଅ ବିବାହ ପାଇଁ ସହାୟତାର ହାତ ବଢାଇଲା ବିଜେପି

ରେଙ୍ଗାଲି : ବିଗତ କିଛି ବର୍ଷ ପୂର୍ବେ ବମାଲୋଇ ପଞ୍ଚାୟତ ଅର୍ନ୍ଗତ ଢେର୍ରାପାଣି ଗ୍ରାମର ଜନ୍ମେଜୟ ସାହୁ ବଣୁଆଁ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ ଭିନ୍ନକ୍ଷମ ହୋଇଯାଇଥିଲେ।  ଧାନ କ୍ଷେତ ରେ ଧାନ ଜଗିଥିବା ବେଳେ ସେ ହାତୀ ଆକ୍ରମଣ ର ସମ୍ମୁଖିନ ହୋଇଥିଲେ। ଭିନ୍ନକ୍ଷମ ହେଲା ପରେ ବ୍ୟାପକ ଆର୍ଥିକ ଅନାଟନ ମଧ୍ୟରେ ପରିବାର ପ୍ରତିପୋଷଣ କରୁଥିବା ଜନ୍ମେଜୟଙ୍କ ଝିଅ କୁନ୍ତୀ ସାହୁଙ୍କ ବିବାହ ପାଇଁ ଚନ୍ତିତ ଥିବା ବେଳେ ଆଜି ଭାରତ ଜନତା ପାର୍ଟି ପକ୍ଷରୁ କୁନ୍ତୀ ର ବିବାହ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସମିତି ସଭ୍ୟ ପ୍ରମୋଦକୁମାର ପ୍ରଧାନ,ଶ୍ରୀରାମ ପ୍ରଧାନ,ଅତୀଶ ସାହୁ,ଅର୍ଜ୍ଜୁନ ସାହୁ,କମଳ ଛୁରିଆ ଏବଂ ଚୈତନ୍ୟ କିସାନ ପ୍ରମୁଖ ଆଜି ଜନ୍ମେଜୟ ସାହୁଙ୍କ ଘର କୁ ଯାଇ କୁନ୍ତୀ ସାହୁଙ୍କୁ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏହି ପଦକ୍ଷେପ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories