www.samajalive.in
Thursday, December 11, 2025
16.1 C
Bhubaneswar

ଗଲେଣି ୪ ପୁଲିସ କମିସନର, ଖୋଲୁନି ନଳିନୀପ୍ରଭାଙ୍କ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର: କେବେ ଖୋଲିବ ସମାଜସେବୀ ନଳିନୀପ୍ରଭା ଦାସଙ୍କ ମୃତ୍ୟୁ ରହସ୍ୟ? ଏହି ଘଟଣାକୁ ଆଉ ଦୁଇ ମାସ ପରେ ୬ବର୍ଷ ପୂରିବ। କମିସନରେଟ ପୁଲିସ ଏହି ମୃତ୍ୟୁ ରହସ୍ୟ ଖୋଲିବାରେ ସକ୍ଷମ ହୋଇପାରିନି। ଇତିମଧ୍ୟରେ ୪ଜଣ କମିସନର ଗଲେଣି। ତଥାପି ସମାଜସେବୀଙ୍କ ମୃତ୍ୟୁର କାରଣ ସମସ୍ତଙ୍କ ପାଇଁ ଅସମାହିତ ହୋଇ ରହିଛି।
ନିଉ ଫରେଷ୍ଟ ପାର୍କରେ ନଳିନୀପ୍ରଭା ଦାସ(୬୨) ରହୁଥିଲେ। ୨୦୧୫ ମେ’ ୨୩ ତାରିଖ ସନ୍ଧ୍ୟାରେ ଏୟାରଫିଲ୍ଡ ପୁଲିସ ତାଙ୍କ ଗଳିତ ଶବକୁ ଏକ ବନ୍ଦ ଘରୁ ଉଦ୍ଧାର କରିଥିଲା। ସମାଜସେବୀଙ୍କ ମୃତଦେହ ଯେଉଁ ଘରୁ ମିଳିଥିଲା ସେଇ ଘର ବାହାର ପଟେ ବଡ଼ ତାଲା ଝୁଲିଥିଲା। ନଳିନୀପ୍ରଭାଙ୍କ ମୃତଦେହ ଘରର ଖଟ ଉପରେ ଶୋଇଥିବା ଅବସ୍ଥାରେ ପୁଲିସ ପାଇଥିଲା। ପାରିପାର୍ଶ୍ବିକ ଅବସ୍ଥାରୁ ତାଙ୍କୁ କେହି ହତ୍ୟା କରିଥିବା ପୁଲିସ ଆରମ୍ଭରୁ ସନ୍ଦେହ କରୁଥିଲା। ତେବେ ଏହି ମୃତ୍ୟୁ ସମ୍ପର୍କରେ କେହି କିଛି ଜାଣିପାରିନଥିଲେ। ଧୀରେ ଧୀରେ ଘର ଭିତରୁ ଦୁର୍ଗନ୍ଧ ପଦାକୁ ଆସିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ଏନେଇ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ତାଲା ଭାଙ୍ଗି ଘର ଭିତରୁ ମୃତଦେହ ଜବତ କରିଥିଲା।

 

- Advertisement -

ନଳିନୀପ୍ରଭାଙ୍କୁ କେହି ହତ୍ୟା କରି ବାହାର ପଟେ ତାଲା ପକାଇ ଫେରାର ହୋଇଯାଇଥିବା ପୁଲିସ ସନ୍ଦେହ ଘନୀଭୂତ ହୋଇଥିଲା। ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ପରେ ତାଙ୍କୁ ହତ୍ୟା କରାଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା। ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ନଳିନୀଙ୍କ ଭାଇ ଅରଜିତ ଦାସ ଓ ପୁତୁରା ବୃନ୍ଦାବନଙ୍କୁ ଜଣାଇଥିଲା। ଘଟଣାସ୍ଥଳରେ ସେମାନେ ପହଞ୍ଚି ଏହା ଏକ ଯୋଜନାବଦ୍ଧ ହତ୍ୟା କହିବା ସହ ତାଙ୍କ ହତ୍ୟା ପଛରେ ଗ୍ୟାଙ୍ଗଷ୍ଟରଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରିଥିଲେ। ନଳିନୀପ୍ରଭାଙ୍କୁ ଝାରପଡ଼ା ଜେଲ୍‌ରେ ରହୁଥିବା କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଗ୍ୟାଙ୍ଗଷ୍ଟର ଘର ଛାଡ଼ି ପଳାଇ ଯିବାକୁ ଫୋନ୍‌ରେ ଅନେକ ଥର ଧମକ ଦେଇଥିବା ତାଙ୍କ ଭାଇକୁ ସେ ଜଣାଇଥିଲେ ବୋଲି ସେତେ‌ବେ‌େ‌ଳ ପୁଲିସ ଆଗରେ କହିଥିଲେ। ନଳିନୀପ୍ରଭାଙ୍କ ମୃତ୍ୟୁର ତଦନ୍ତ ଭାର ସ୍ପେଶାଲ ସ୍କ୍ବାଡ୍‌କୁ ଦିଆଯାଇଥିଲା। ସ୍କ୍ବାଡ୍‌ ତାଙ୍କ ବିଶ୍ବସ୍ତ ଅଟୋଚାଳକ, ସମ୍ପର୍କୀୟ ଓ ଓକିଲଙ୍କୁ ମଧ୍ୟ ଜେରା କରିଥିଲା। ଅପରପକ୍ଷେ ପୁଲିସ ନଳିନୀପ୍ରଭାଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲା। ତା’ ସତ୍ତ୍ବେ ପୁଲିସ ନଳିନୀପ୍ରଭାଙ୍କ ମୃତ୍ୟୁ ଉପରୁ ପରଦା ହଟାଇ ପାରିନଥିଲା। ଫଳରେ କମିସନରେଟ ପୁଲିସର ତଦନ୍ତ ପ୍ରକ୍ରିୟା ଫାଇଲ ତଳେ ଚପି ହୋଇ ରହିଯାଇଥିଲା।
ଏବେ ନୂଆ ପୁଲିସ କମିସନର ଏହି ମାମଲାର ରହସ୍ୟ ଉନ୍ମୋଚନ କରିବେ ବୋଲି ଆଶା କରାଯାଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories