www.samajalive.in
Thursday, December 11, 2025
18.1 C
Bhubaneswar

ଏଷ୍ଟ୍ରାଜେନେକା ଉପରେ କଟକଣା ଲଗାଇଲେ ୫ ଦେଶ

ବର୍ଲିନ: ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା କୋଭିଡ ଟିକା ଯୋଗୁ ରକ୍ତ ଜମାଟ ବାନ୍ଧୁଥିବା ଭଳି ପାର୍ଶ୍ଵପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଏହା ଉପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ କଟକଣା ଲଗାଉଛନ୍ତି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଏହି ଟିକାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍ୟପଟେ ଟିକା ସହିତ ରକ୍ତ ଜମାଟ ବାନ୍ଧିବାର କୌଣସି ସମ୍ପର୍କ ନାହିଁ ବୋଲି ଅକ୍ସଫୋର୍ଡ ଭ୍ୟାକ୍ସିନ ଗ୍ରୁପର ଭ୍ୟାକ୍ସିନୋଲୋଜିଷ୍ଟ ପ୍ରଫେସର ଆଣ୍ଡ୍ର୍ୟୁ ପୋଲାର୍ଡ କହିଛନ୍ତି।

ଏକ ରିପୋର୍ଟର ତଥ୍ୟକୁ ଉଲ୍ଲେଖ କରି ପୋଲାର୍ଡ କହିଛନ୍ତି, ବ୍ରିଟେନରେ ପ୍ରତି ମାସରେ ହାରାହାରି ୩ ହଜାର ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ମାମଲା ସାମ୍ନାକୁ ଆସିଥାଏ। ଟିକାକରଣ ମଧ୍ୟରେ ବି ଏହିଭଳି ମାମଲା ସାମ୍ନାକୁ ଆସୁଛି ଏବଂ ଏହାକୁ ଟିକା ସହିତ ଯୋଡ଼ାଯାଉଛି। ଅନ୍ୟପଟେ ଲୋକମାନେ ବିନା କୌଣସି ଭୟରେ ଟିକା ନେବାକୁ ବ୍ରିଟେନର ଔଷଧ ନିୟନ୍ତ୍ରଣ ସଂସ୍ଥା ଏମଏଚଆରଏର ଭ୍ୟାକ୍ସିନ ସୁରକ୍ଷା ମୁଖ୍ୟ ଡା. ଫିଲ ବ୍ରାଏନ ପରାମର୍ଶ ଦେଇଛନ୍ତି।

- Advertisement -

ଏହି ଅଭିଯୋଗ ଉପରେ ଏଷ୍ଟ୍ରାଜେନେକା ପକ୍ଷରୁ କୁହାଯାଇଛି ଯେ, ଏଷ୍ଟ୍ରାଜେନେକା ଏବଂ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀମାନେ ଦାବି କରିଛନ୍ତି ଯେ ଟିକା ସୁରକ୍ଷିତ ରହିଛି। ମାତ୍ର ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ କହିଛନ୍ତି, ଫ୍ରାନ୍ସରେ ଏଷ୍ଟ୍ରାଜେନେକା କରୋନା ଟିକାର ବ୍ୟବହାରକୁ ନିଲମ୍ବିତ କରାଯାଉଛି। ତେବେ କେଉଁ କାରଣରୁ ଏଭଳି ପଦକ୍ଷେପ ନିଆଯାଇ ସେ ବିଷୟରେ ରାଷ୍ଟ୍ରପତି କିଛି କହିନାହାନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories