www.samajalive.in
Saturday, December 13, 2025
26.1 C
Bhubaneswar

ଇୟୁରୁ ଅଲଗା ହେବା ପରେ ଏପ୍ରିଲରେ ପ୍ରଥମ ଥର ଭାରତ ଆସିବେ ଜନସନ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏପ୍ରିଲ ଶେଷ ଆଡକୁ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ଜନସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ୟୁରୋପୀୟ ସଂଘ (ଇୟୁ)ରୁ ଅଲଗା ହେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ ହେବ।

ଏହାବ୍ୟତୀତ ଚୀନ ଉପରେ ନଜର ରଖିବା ମଧ୍ୟ ଜନସନଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଭାରତ ଗଣତନ୍ତ୍ର ଦିବସ ଅବସରରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରିଥିଲା, କିନ୍ତୁ ବ୍ରିଟେନରେ କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରୁ ଜନସନ୍‌ ତାଙ୍କ ଗସ୍ତକୁ ବାତିଲ କରିଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଗଣତାନ୍ତ୍ରିକ ଶକ୍ତିକୁ ମଜଭୁତ କରିବା ଏବଂ ତା’ ସହିତ ଚୀନର ମୁକାବିଲା କରିବା ବ୍ରିଟେନର ପ୍ରମୁଖ ଉଦ୍ଦେଶ୍ୟ। ଗତ କିଛିଦିନ ଧରି ହଂକଂ, କରୋନା ମହାମାରୀ ଏବଂ ବ୍ରିଟେନର ୫-ଜି ନେଟୱର୍କରେ ଚୀନ କମ୍ପାନୀ ହୁୱେଇକୁ ପ୍ରାଥମିକତା ନ ମିଳିବାରୁ ଚୀନ ଏବଂ ବ୍ରିଟେନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories