www.samajalive.in
Wednesday, December 10, 2025
18.1 C
Bhubaneswar

ଭବ୍ୟ ରାମମନ୍ଦିର ପାଇଁ ଓଡ଼ିଶାରୁ ୪୨କୋଟି ନିଧି ସମର୍ପଣ

ଭୁବନେଶ୍ୱର : ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ  ଓଡ଼ିଶାରୁ  ୪୨ କୋଟି ଟଙ୍କାରୁ ଊର୍ଦ୍ଧ୍ବ ନିଧି ସମର୍ପଣ କରାଯାଇଛି। ଏ ସଂକ୍ରାନ୍ତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତିର ସମ୍ପାଦକ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି। ସେ କହିଥିଲେ, ସୁଦୀର୍ଘ ୫୦୦ ବର୍ଷର ସଂଘର୍ଷମୟ କାଳଖଣ୍ଡର ଅବସାନ ଘଟାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କର ଆଦେଶକ୍ରମେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଥିଲା। ଏଥିପାଇଁ ଭାରତ ବର୍ଷରେ ସର୍ବତ୍ର ଆନନ୍ଦର ଲହରୀ ଖେଳିଥିଲା। ମନ୍ଦିରର ନିର୍ମାଣ ଓ ସୁପରିଚାଳନା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦେଶକ୍ରମେ ଭାରତ ସରକାରଙ୍କ ଦ୍ୱାରା ‘ରାମଜନ୍ମଭୂମି ତୀର୍ଥକ୍ଷେତ୍ର’ ନାମକ ଏକ ନ୍ୟାସ (ଟ୍ରଷ୍ଟ) ମଧ୍ୟ ଗଠିତ ହେଲା। ପୂଜ୍ୟ ସାଧୁସନ୍ଥଙ୍କର ପରାମର୍ଶକ୍ରମେ ସମଗ୍ର ଭାରତ ବର୍ଷର ପ୍ରତ୍ୟେକ ରାମଭକ୍ତଙ୍କଠାରୁ ଅର୍ଥ ସଂଗ୍ରହ କରି ସେହି ଅର୍ଥରେ ମନ୍ଦିର ନିର୍ମାଣ ପାଇଁ ଏକ ବ୍ୟାପକ ଯୋଜନା ନ୍ୟାସ(ଟ୍ରଷ୍ଟ) ଦ୍ୱାରା ପ୍ରସ୍ତୁତ କରାଗଲା। ୧୪ ଜାନୁଆରୀଠାରୁ ପବିତ୍ର ମାଘପୂର୍ଣ୍ଣିମା ପର୍ଯ୍ୟନ୍ତ ଏକ ବ୍ୟାପକ ଅର୍ଥ ସଂଗ୍ରହ ଅଭିଯାନ କାର୍ଯ୍ୟ ଚାଲିଥିଲା। ସମଗ୍ର ଭାରତ ବର୍ଷ ସହିତ ଓଡିଶା ପ୍ରଦେଶରେ ମଧ୍ୟ ରାମ ଭକ୍ତିର ପ୍ରବଳ ‌ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ନିଧି ସଂଗ୍ରହ ଅଭିଯାନର କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ଓଡିଶା ମାଧ୍ୟମରେ ସମ୍ପନ୍ନ ହୋଇଛି। ଏହି ଅଭିଯାନରେ ମୋଟ ୫୮,୯୯୨ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। ୫୫୩ ପୂଜ୍ୟ ସାଧୁସନ୍ଥ ଏହି ନିଧି ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ। କାର୍ଯ୍ୟକର୍ତ୍ତା ମୋଟ ୪୩,୭୪୯ ଗ୍ରାମର ୭୪,୯୫,୭୯୯ଟି ପରିବାର ସହ ସମ୍ପର୍କ ସ୍ଥାପନ କରିଥିଲେ। ଓଡିଶାର ଜନସାଧାରଣ ମଧ୍ୟ ଏହି କାର୍ଯ୍ୟରେ ସଂପୂର୍ଣ୍ଣ ସହଯୋଗ କରି ସମୁଦାୟ ୪୨,୦୩,୦୭,୦୬୬ ଟଙ୍କା ରାମ ମନ୍ଦିର ନିର୍ମାଣ ପାଇଁ ସମର୍ପଣ କରିଛନ୍ତି। ଓଡିଶାବାସୀଙ୍କର ଏଭଳି ଉତ୍ସାହପ୍ରଦ ସହଯୋଗ ପାଇଁ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ତରଫରୁ ସମଗ୍ର ଓଡିଶାବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛି। ସମ୍ମିଳନୀରେ ସମିତିର ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ସ୍ୱାମୀ ଜୀବନ ମୁକ୍ତାନନ୍ଦପୁରୀ, ଉପାଧ୍ୟକ୍ଷ ହରିଶ୍ଚନ୍ଦ୍ର ପରିଡା ଓ ସହସମ୍ପାଦକ ମହେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories