www.samajalive.in
Monday, December 8, 2025
14.1 C
Bhubaneswar

ପଶ୍ଚିମବଙ୍ଗ ପ୍ରାର୍ଥିତାଲିକାରେ ବିଜେପିର ତିନି ସାଂସଦ : ଟୋଲିଗଞ୍ଜରୁ ମନ୍ତ୍ରୀ ବବୁଲ ସୁପ୍ରିୟୋ

ନୂଆଦିଲ୍ଲୀ : ପଶ୍ଚିମ ବିଧାନସଭା ନିର୍ବାଚନ ପାଇଁ ବିଜେପି ରବିବାର ୨୭ଜଣିଆ ପ୍ରାର୍ଥିତାଲିକା ଘୋଷଣା କରିଛି। ଘୋଷିତ ପ୍ରାର୍ଥି ତାଲିକାରେ ବିଧାନସଭା ନିର୍ବାଚନ ଲଢିବା ଲାଗି ତିନି ସାଂସଦଙ୍କୁ ଟିକଟ ଦେଇଛନ୍ତି। ସାଂସଦ ତଥା କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବବୁଲ ସୁପ୍ରିୟୋଙ୍କୁ ଦକ୍ଷିଣ କଲକାତାର ଟୋଲିଗଞ୍ଜ ବିଧାନସଭା କ୍ଷେତ୍ରରେ ନିର୍ବାଚନ ଲଢିବେ। ସେ ଟିଏମସିର ତିନିଥର ବିଧାୟକ ଥିବା ଅରୂପ ବିଶ୍ବାସଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବେ। ହୁଗୁଳିରୁ ବିଜେପିର ଲୋକସଭା ସାଂସଦ ଥିବା ଲକେଟ ଚାଟାର୍ଜୀଙ୍କୁ ଚୁନଚୁରାରୁ ପ୍ରାର୍ଥୀ କରାଯାଇଛି। ସେ ଟିଏମସିର ଦୁଇଥର ବିଧାୟକ ଥିବା ଅସିତ ମଜୁମ୍‌ଦାରଙ୍କ ସହିତ ଲଢିବେ। କୁଚବିହାରରୁ ବିଜେପିର ଲୋକସଭା ସାଂସଦ ନିଶୀଥ ପରମାଣିକଙ୍କୁ ଦିନହାଟରୁ ପ୍ରାର୍ଥୀ କରାଯାଇଛି। ସେ ଟିଏମସିର ଦୁଇଥର ବିଧାୟକ ଉଦୟନ ଗୁହାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବେ। ସେହିପରି ରାଜ୍ୟସଭା ସାଂସଦ (ମନୋନୀତ) ତଥା ବରିଷ୍ଠ ସାମ୍ବାଦିକ ସପନ ଦାସଗୁପ୍ତା ହୁଗୁଳି ଜିଲା ତାରକେଶ୍ବର ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବେ। ଅଭିନେତ୍ରୀ ଲକେଟ ଚାଟାର୍ଜୀଙ୍କୁ ଚୁନଚୁରା ଆସନରୁ ନିର୍ବାଚନ ଲଢିବେ। ବିଧାନସଭା ନିର୍ବାଚନ ଲଢିବା ଲାଗି ଦଳର ସାଂସଦଙ୍କୁ ବିଜେପି ଟିକଟ ଦେବାକୁ ଟିଏମସି ସମାଲୋଚନା କରିଛି। ଟିଏମସି ନେତା ପାର୍ଥ ଚାଟାର୍ଜୀ କହିଛନ୍ତି ଯେ ବିଧାନସଭା ନିର୍ବାଚନ ଲଢିବା ଲାଗି ବିଜେପି ପାଖରେ ପ୍ରାର୍ଥୀଙ୍କ ଅଭାବ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories