www.samajalive.in
Tuesday, December 9, 2025
16.1 C
Bhubaneswar

ତଥ୍ୟ ନଦେବା ମହଙ୍ଗା ପଡ଼ିଲା : ଡ୍ରଗ୍‍ ଇନ୍ସପେକ୍ଟରଙ୍କୁ ୧୫ହଜାର ଜୋରିମାନା

ଢେଙ୍କାନାଳ ସଦର : ସୂଚନା ଅଧିକାର ଆଇନରେ ଆବେଦନକାରୀଙ୍କୁ ତଥ୍ୟ ନଦେବା ଢେଙ୍କାନାଳ ଡ୍ରଗ୍‍ ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ ସଂପର୍କିତ ଏକ ମାମଲାର ଶୁଣାଣି କରି ରାଜ୍ୟ ସୂଚନା କମିଶନର ଢେଙ୍କାନାଳରେ ଥିବା ଡ୍ରଗ୍‍ ଇନିସ୍‍ପେକ୍ଟର ଡା. ସୁଜାତା ଆଚାର୍ଯ୍ୟଙ୍କୁ ୧୫ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଆଦେଶ ସଂପର୍କିତ ଚିଠି ପାଇବାର ଏକମାସ ମଧ୍ୟରେ ସରକାରୀ ଟ୍ରେଜେରୀରେ ଅର୍ଥ ଜମା କରିବା ପାଇଁ ଆଦେଶ ଦେଇଛନ୍ତି। ବର୍ତ୍ତମାନ ଡା. ସୁଜାତା ଆଚାର୍ଯ୍ୟ କଟକ ଗ୍ରାମାଞ୍ଚଳ ଡ୍ରଗ୍‍ ଇନିସ୍‍ପେକ୍ଟର ଭାବେ କାର୍ଯ୍ୟ କରୁଥିବା ଜଣାପଡିଛି।
ପ୍ରକାଶ ଯେ, ଢେଙ୍କାନାଳ ଜିଲା କାମାଖ୍ୟାନଗର ଉପଖଣ୍ଡ ଅନ୍ତର୍ଗତ ଜିରିଡ଼ାମାଳିର ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା କାମାଖ୍ୟାନଗର ଉପଖଣ୍ଡ ଚିକିତ୍ସାଳୟ ଏବଂ ଔଷଧ ଦୋକାନ ସ୍ଥିତି ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଗତ ୧୯-୧୧-୨୦୧୫ରେ ସୂଚନା ଅଧିକାର ଆଇନର ଧାରା ୬(୧) ଅନୁଯାୟୀ ତଥ୍ୟ ମାଗିଥିଲେ। ଏହି ତଥ୍ୟ ଗୁଡିକ ଦୁଇଟି କାର୍ଯ୍ୟାଳୟ
ସହ ସଂଯୋଗ ରହିଥିଲା। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଜନସୂଚନା ଅଧିକାରୀ ତୁରନ୍ତ ଆବେଦନକାରୀଙ୍କୁ ତଥ୍ୟ ଦେବାପାଇଁ କାମାଖ୍ୟାନଗର ଉପଖଣ୍ଡ ଚିକିତ୍ସା ଅଧିକାରୀ ଏବଂ ଢେଙ୍କାନାଳ ଡ୍ରଗ୍‍ ଇନିସ୍‍ପେକ୍ଟର ଡା. ସୁଜାତା ଆଚାର୍ଯ୍ୟଙ୍କୁ ଆବେଦନପତ୍ର ସ୍ଥାନାନ୍ତର କରିଥିଲେ। ମାତ୍ର ଉପଖଣ୍ଡ ଚିକିତ୍ସା ଅଧିକାରୀ ତଥ୍ୟ ପ୍ରଦାନ କରିଥିବା ବେଳେ ଡ୍ରଗ୍‍ ଇନିସ୍‍ପେକ୍ଟର ସୂଚନା ଦେଇ ନ ଥିଲେ ଏବଂ ବିଳମ୍ବରେ ସୂଚନା ଦେବାପାଇଁ ୩୦ଟଙ୍କା ଦାବି କରିଥିଲେ। ଆବେଦନକାରୀ ଶ୍ରୀ ବେହେରା ଡ୍ରଗ୍‍ ଇନିସ୍‍ପେକ୍ଟରଙ୍କ କାର୍ଯ୍ୟାଳୟକୁ ମନିଅର୍ଡର ଯୋଗେ ୩୦ଟଙ୍କା ପଠାଇଥିଲେ। ମାତ୍ର୍ର ଡ୍ରଗ୍‍ଇନିସ୍‍ପେକ୍ଟର ସୂଚନା ନଦେଇ ପୁନଶ୍ଚ ଆହୁରି ୯୦ଟଙ୍କା ଅର୍ଥ ଦାବି କରିଥିଲେ। ଏନେଇ ଆବେଦନକାରୀ ଶ୍ରୀ ବେହେରା ଜିଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରଥମ ଅପିଲ କରିଥିଲେ। ଅପିଲର ଶୁଣାଣି ହୋଇ ତୁରନ୍ତ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବା ପାଇଁ ପ୍ରଥମ ଅପିଲ କର୍ତ୍ତୃପକ୍ଷ କହିଥିଲେ। ତା’ସତ୍ତ୍ବେ ମଧ୍ୟ ଡ୍ରଗ୍‍ ଇନିସ୍‍ପେକ୍ଟର ସୂଚନା ନଦେବାରୁ ଆବେଦନକାରୀ ଶ୍ରୀ ବେହେରା ରାଜ୍ୟ ସୂଚନା ଅଧିକାରୀଙ୍କ ଠାରେ ଦ୍ୱିତୀୟ ଅପିଲ କରିଥିଲେ। ରାଜ୍ୟ ସୂଚନା କମିଶନର ଏହି ମାମଲାର ବିଚାର କରି ଡ୍ରଗ୍‍ ଇନିସ୍‍ପେକ୍ଟର ସୁଜାତା ଆଚାର୍ଯ୍ୟଙ୍କ ଉପରେ ସୂଚନା ଅଧିକାର ଆଇନର ଧାରା ୨୦ (୧) ଅନୁସାରେ ୧୫ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଏହି ଆଦେଶର ନକଲ ପାଇବା ପରେ ୩୦ଦିନ ମଧ୍ୟରେ ଜୋରିମାନା ଅର୍ଥ ସରକାରୀ ଟ୍ରେଜେରୀରେ ଦାଖଲ କରିବାକୁ ନିର୍ଦେଶ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories