www.samajalive.in
Thursday, December 11, 2025
13.1 C
Bhubaneswar

ବିଜୁଯୁବ ବାହିନୀକୁ ବନ୍ଦ କରାଯିବା ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କୁ ୭ଟି ପ୍ରଶ୍ନ ପଚାରିଲେ ଯୁବମୋର୍ଚ୍ଚା ସଭାପତି

ଭୁବନେଶ୍ୱର:ବିଜେଡି ସରକାର ଓଡିଶାର ଯୁବକ ମାନଙ୍କୁ ବୋକା ବନେଇ ମିଥ୍ୟା ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁଯୁବ ବାହିନୀ ଗଠନ କରିଥିଲେ। କିନ୍ତୁ ଏହି ଯୁବ ବାହିନୀକୁ ରାଜ୍ୟ ସରକାର ବନ୍ଦ କରି ଲକ୍ଷ ଲକ୍ଷ ଯୁବକ ଯୁବତୀମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛନ୍ତି। ଓଡିଶା ଲୋକଙ୍କ ଝାଳବୁହା ପଇସାରେ ଯୁବକମାନଙ୍କୁ ପଥଭ୍ରଷ୍ଟ କରି ନିଜ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ବୋଲି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।


ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ୨୦୧୩ ଷ୍ଟେଟ ୟୁଥ ପଲିସିକୁ ଆଧାର କରି ଯୁବ ଏବଂ କ୍ରୀଡା ମନ୍ତ୍ରାଳୟ ‘ବିଜୁ ଯୁବ ଶକ୍ତିକରଣ ଯୋଜନା” ତିଆରି କରିଥିଲେ ତାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରିଥିଲେ। ୧୪ ମାର୍ଚ୍ଚ ୨୦୧୮ ରେ କ୍ୟାବିନେଟ୍ ବୈଠକରେ ଏହା ପାଳିତ ହୋଇଥିଲା। ସେତେବେଳେ କୁହାଗଲା ଓଡିଶାରେ ୮୦୦୦ ଯୁବ ବାହିନୀ ତିଆରି ହେବେ। ୬୭୯୯ ଗ୍ରାମ ପଞ୍ଚାୟତ ତଥା ୧୧୪ ଏନଏସି ଓ ମ୍ୟୁନିସପାଲିଟିପାଇଁ ଆଗାମୀ ତିନିବର୍ଷ ପାଇଁ ପ୍ରାୟ ୪୫୦ କୋଟି ଟଙ୍କା ବଜେଟ୍ର ପ୍ରାବଧାନ କରାଗଲା। ରାଷ୍ଟ୍ର ନିର୍ମାଣ ଦିଗରେ ଯୁବକ ମାନେ କାର୍ଯ୍ୟ କରିବା, ନିଜର ବ୍ୟକ୍ତିତ୍ୱ ବିକାଶ କରିବା, ବୃକ୍ଷ ରୋପଣ କରିବା, ପରିବେଶକୁ ସବୁଜ ଓ ନିର୍ମଳ ରଖିବା, ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା, ନିଶା ନିବାରଣ ସଂପର୍କରେ ସଚେତନ କରିବା, ବାଲ୍ୟ ବିବାହ ଓ ଯୌତୁକ ପ୍ରଥା ବିରୁଦ୍ଧରେ ସଚେତନ କରାଇବା, ପଂଚାୟତରେ ଲୋକଙ୍କୁ ସାକ୍ଷର କରାଇବା ଏବଂ ନିଜେ ସ୍ୱାବଲମ୍ବୀ ହେବା ଉଦ୍ଦେଶ୍ୟରେ ଏଭଳି ଏକ ଅଭିଯାନ ଆରମ୍ଭ ହୋଇଥିଲା। କିନ୍ତୁ ଏହାର ଠିକ୍ ଓଲଟା ସବୁ ଘଟିଲା। ଯୁବ ବାହିନୀର ଗୁଣ୍ଡାମାନେ ବାଇକ ଚୋରି କରିବା, ସାମ୍ବାଦିକଙ୍କୁ ମାଡ ମାରିବା, ଥାନାରେ ପଶି ପୋଲିସଙ୍କୁ ଆକ୍ରମଣ କରିବା, ନିର୍ବାଚନ ବେଳେ ଲୋକଙ୍କୁ ଟଙ୍କା ବାଂଟି ଭୋଟ ହାତେଇବା ଆଦି କାର୍ଯ୍ୟ କରିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାଟିକୁ ଘୋଷଣା କଲାବେଳେ କହିଥିଲେ ଯେ ବିଜୁ ଯୁବ ବାହିନୀ ଯୁବବର୍ଗଙ୍କ ମଧ୍ୟରେ ସାମାଜିକ ମୂଲ୍ୟବୋଧ, ଦାୟିତ୍ୱ ବୋଧ, ସମାଜ ସେବା, ନେତୃତ୍ୱ ଗଠନରେ ଉଲ୍ଲେଖନୀୟ କାର୍ଯ୍ୟ ଗ୍ରହଣ କରିବ। ୨୦୧୮ରେ ସାରା ରାଜ୍ୟରେ ବିଜୁ ଯୁବ ବାହିନୀ ମାର୍ଫତରେ ମୁଁ ହିରୋ ଅଭିଯାନ ଆରମ୍ଭ କରାଗଲା। ମୁଁ ହିରୋ ମାଧ୍ୟମରେ ବିଜୁ ଯୁବ ବାହିନୀ ସମାଜରେ ପରିବର୍ତ ନର ଧାରା ଆଣିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ କଟକ ସମାବେଶରେ କହିଥିଲେ। ପୂର୍ବତନ ଆଇପିଏସ୍ ଅଫିସର ଅନୁପ ପଟ୍ଟନାଏକଙ୍କୁ “ଝଗ୍ଧବଗ୍ଧର ଚ୍ଚକ୍ଟଙ୍କଗ୍ଧଷ ଙ୍ଗରକ୍ଷଲବକ୍ସର ଈକ୍ଟବକ୍ସୟ”ର ଅଧ୍ୟକ୍ଷ ନିଯୁକ୍ତ କରି ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇ ଏହି ଗୁଣ୍ଡା ବାହିନୀର ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ।ଓଡିଶାରେ ଥିବା ୧୫ ରୁ ୩୫ ବର୍ଷର ପ୍ରାୟ ୩ ଲକ୍ଷ ଯୁବକ ଯୁବତୀକୁ କିଛି ଦିନ ମାସିକିଆ ଭତା ଦେଇ ନବୀନ ବାବୁ ପୁଣି ସେମାନଙ୍କୁ ବେକାର କରିଦେଲେବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଗତ ମାର୍ଚ୍ଚ ୧୨ ତାରିଖ ପ୍ରଶ୍ନ ସଂଖ୍ୟା ୧୫୬୫ରେ ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନ ଉତରରେ ଯୁବ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତୀ ବେହେରା “ବିଜୁ ଯୁବ ବାହିନୀ”ର ଅନୁଷ୍ଠାନିକ ଭାବରେ ମୃତ୍ୟୁ ଘଟିଛି ବୋଲି ସ୍ୱୀକାର କରିଛନ୍ତି। ତେବେ ରାଜ୍ୟ ସରକାର ବିଜୁଯୁବ ବାହିନୀ କାହିଁକି ଗଠନ କରିଥିଲେ ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ।ଯୁବ ବାହିନୀ ନାଁରେ ବିଗତ ତିନିବର୍ଷରେ ୪୫୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର ପାଇଁ ରାଜକୋଷରୁ ଖର୍ଚ୍ଚ କରି ଓଡିଶାବାସୀଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର।କେବଳ ଭୋଟ ପାଇଁ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଭବିଷ୍ୟତକୁ ବର୍ବାଦ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଓଡିଶା ବାସୀଙ୍କ ଝାଳବୁହା ପଇସା ଓ କରଦାତାଙ୍କ ୪୫୦ କୋଟି ଟଙ୍କାର ବିନିମୟରେ କ’ଣ ଉପଲବ୍ଧି ହେଲା? ଓଡିଆ ଯୁବକ ଯୁବତୀମାନଙ୍କର ପ୍ରତିଭା ଏବଂ ଦକ୍ଷତାର କ’ଣ ବିକାଶ ହେଲା? ବିଜୁଯୁବ ବାହିନୀ ପାଇଁ ଗଞ୍ଜି, ସାର୍ଟ, ମୋବାଇଲ, ନାଚଗୀତର ଆସର, ସିଙ୍ଗାପୁର ଗ୍ରସ୍ତ ଖର୍ଚ୍ଚର ହିସାବ ରାଜ୍ୟ ସରକାର ଦେବେ କି?ଏହାର ଫାଇନାନସିଆଲ ଏବଂ ସୋସିଆଲ ଅଡିଟ୍ କରିବେ କି? ରାଜ୍ୟରେ ଆଜି ଖେଳର ଅବସ୍ଥା ଦେଖିଲେ ଦୁଃଖ ଲାଗୁଛି। ୨୧ ବର୍ଷର ସ୍ଥିର ସରକାର ଏବଂ ବିଜୁ ଯୁବ ବାହିନୀ ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କଲାପରେ ଏହି ଯୋଜନାରୁ କେତେଜଣ ଖେଳାଳୀ ଉପକୃତ ହୋଇଛନ୍ତି? କେତେ ଜଣ ଖେଳାଳୀ ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ନାମ ଅର୍ଜନ କଲେ। କେତେ ଜଣ ଖୋଳାଳୀଙ୍କୁ ଉପଯୁକ୍ତ କୋଚ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ମିଳିଛି?ଓଡିଶାର ଯୁବକ ମାନଙ୍କର ଏ ସଙ୍ଗିନ ସ୍ଥିତି ପାଇଁ ଦାୟୀ କିଏ ତାହାର ଉତର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ରଖିବାକୁ ଶ୍ରୀ ଆଚାର୍ଯ୍ୟ ଆହ୍ୱାନ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଂପାଦକ ମନୋଜ ପଶ୍ଚିମକବାଟ, ପ୍ରକାଶ ଦଳେଇ, ବିକ୍ରମ ବିଶ୍ୱାଳ ଏବଂ ମିଡିଆ ସଂଯୋଜକ ସୁଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories