www.samajalive.in
Monday, December 8, 2025
27.1 C
Bhubaneswar

ବୟସ ସହ ବୋର୍ଡ ଖେଳୁଛି ; ବାରମ୍ବାର ଅନୁରୋଧ ପରେ ବି ବଦଳୁନି ଜନ୍ମ ତାରିଖ

ବଲାଙ୍ଗିର : ବଲାଙ୍ଗିର ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନମନ୍ଦିରରୁ ୨୦୧୪ ମସିହାରେ ମାଟ୍ରିକ ପାସ୍ କରିଛନ୍ତି ସରିତା ବାଗଙ୍କ ଝିଅ ପ୍ରିୟଦର୍ଶନୀ ବାଗ। ତେବେ ତାଙ୍କ ବୋର୍ଡ ପକ୍ଷରୁ ଦିଆଯାଇଥିବା ପ୍ରମାଣପତ୍ରରେ ଜନ୍ମ ତାରିଖ ୧୯୯୯ ଜାନୁଆରୀ ୫ ତାରିଖ ଉଲ୍ଲେଖ ରହିଛି। ମାଟ୍ରିକ ପରେ ଯୁକ୍ତ ଦୁଇ, ଯୁକ୍ତ ତିନି ଆଉ ଏବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ସେ ପିଜି ଶିକ୍ଷା ଲାଭ କରୁଛନ୍ତି। କିନ୍ତୁ ଜନ୍ମ ତାରିଖ ଭୁଲ ଥିବା ଯୋଗୁଁ ତାଙ୍କୁ ବିଭିନ୍ନ ହଇରାଣ ହେବାକୁ ପଡୁଛି। ଏସଂପର୍କରେ ବୋର୍ଡକୁ ଲିଖିତ ଭାବେ ଅଭିଯୋଗ କରିବା ସହ ସ୍କୁଲ ପକ୍ଷରୁ ମଧ୍ୟ ସ୍ପଷ୍ଟିକରଣ ଦିଆଯାଇଥିଲା ଯେ, ସୁଶ୍ରୀ ପ୍ରିୟଦର୍ଶନୀଙ୍କ ଜନ୍ମ ତାରିଖ ୧୯୯୭ ଅଗଷ୍ଟ ମାସ ୯ ତାରିଖରେ । କିନ୍ତୁ ଏହାକୁ ଗ୍ରହଣ କରିବାକୁ ରାଜି ନାହିଁ ବୋର୍ଡ କର୍ତ୍ତୃପକ୍ଷ। ସଂଶୋଧନ କରି ସୁଶ୍ରୀ ବାଗଙ୍କୁ ଦିଆଯାଇଥିବା ପ୍ରମାଣପତ୍ରରେ ପୁଣିଥରେ ଭୁଲ ଜନ୍ମ ତଥ୍ୟ ଦିଆଯାଇଥିବାରୁ ଅନେକ ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ସୁଶ୍ରୀ ବାଗ। ଏଭଳି ହେଲେ ଭବିଷ୍ୟତରେ ସମସ୍ୟା ହେବ। ସୁଶ୍ରୀ ବାଗଙ୍କ ମାଆ ସରିତା ବାଗ ଓ ବାପା ଗୋଲାପ ବାଗ ବାରମ୍ବାର ବୋର୍ଡକୁ ଦୌଡି ଜନ୍ମ ତାରିଖ ସଂଶୋଧନ କରିବାକୁ ଲିଖିତ ଭାବେ ଜଣାଇଥିଲେ ବି କୌଣସି ସମାଧାନ ହେଉ ନାହିଁ। ତେଣୁ ଏଥିପ୍ରତି ବୋର୍ଡ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ଛାତ୍ରୀଙ୍କ ଜନ୍ମ ତାରିଖ ସଂଶୋଧନ କରିବାକୁ ଦାବି ହେଉଛି। କେବଳ ଏହି ଛାତ୍ରୀଜଣଙ୍କ ନୁହେଁ, କିଛି ମାସ ତଳେ ବୁଡି ଅଞ୍ଚଳର ଜଣେ ଯୁବକ ମଧ୍ୟ ମାଟ୍ରିକ ପରୀକ୍ଷା ଦେଇଥିଲେ ବି ତାଙ୍କୁ ୬ ବର୍ଷ ଲାଗି ଯାଇଥିଲା ବୋର୍ଡ ପ୍ରମାଣପତ୍ର ପାଇବା ପାଇଁ। ‘ସମାଜ’ର ଖବର ପ୍ରକାଶ ପରେ ଡିଇଓ ନିଜ ଉଦ୍ୟମରେ ଛାତ୍ରଙ୍କୁ ବୋର୍ଡ ପ୍ରମାଣପତ୍ର ଦେଇଥିଲେ। ସେହି ଦୃଷ୍ଟିରୁ ଏହି ଛାତ୍ରୀଙ୍କ ସମସ୍ୟା ସମାଧାନ କରିବାକୁ ଦାବି ହେଉଛି।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories