www.samajalive.in
Monday, December 8, 2025
13.1 C
Bhubaneswar

ବ୍ଲକସ୍ତରୀୟ ପଶ୍ଚିମୋତ୍କଳ କର୍ମକାଣ୍ଡିୟ କର୍ମକର୍ତ୍ତା ଚୟନ

ରେଙ୍ଗାଲି କ୍ୟାମ୍ପ: ବରଗଡ଼ ଜିଲ୍ଲା ବ୍ଲକସ୍ତରୀୟ ପଶ୍ଚିମୋତ୍କଳ କର୍ମକାଣ୍ଡିୟ ସମିତିର ଏକ ସାଧାରଣ ସଭା ବରଗଡ ଗୌରୀଶଙ୍କର ମନ୍ଦିରରେ ପଣ୍ଡିତ ଶିବଶଙ୍କର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। କର୍ମକାଣ୍ଡିୟ କର୍ତ୍ତାମାନେ କରୋନା କଟକଣା ଜନିତ ଲକଡାଉନ ସମୟରେ ହାତବାନ୍ଧି ବସିରହିଥିଲେ। ସମସ୍ତ ପୂଜା ପାଠ ଯଜ୍ଞ କର୍ମ ସାମୁହିକ ମାଙ୍ଗଳିକ କାର୍ଯ୍ୟ ସବୁ ବନ୍ଦ ରହିଥିଲା। ତେଣୁ ଏମାନଙ୍କର ପାରିବାରିକ ଅବସ୍ଥା ଭଲ ନଥିଲା। ସରକାର ସମସ୍ତଙ୍କୁ କିଛି ନା କିଛି ସହାୟତା ଯୋଗାଇଥିଲେ। ଉଠା ଦୋକାନୀଠୁଁ ଆରମ୍ଭ କରି ଶ୍ରମଜୀବୀ ପର୍ଯ୍ୟନ୍ତ। ହେଲେ ଏହି ପଣ୍ଡିତ କୂଳ ପାଇଁ କିଛି କରି ନ ଥିଲେ। ତେଣୁ ସମସ୍ତେ କ୍ଷୋଭ ପ୍ରକାଶ କରିଥିଲେ। ଏହା ସହ ଆସନ୍ତା ଦିନରେ ମଧ୍ୟ ସମସ୍ତେ କରୋନା କଟକଣା ନିୟମକୁ ମାନି ସମୟ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଥିଲେ।

ସଭାରେ ବରଗଡ ବ୍ଲକ ନିମନ୍ତେ ସର୍ବସମ୍ମତି କ୍ରମେ ପଣ୍ଡିତ ନରସିଂହ ଶତପଥୀଙ୍କୁ ସଭାପତି, ପଣ୍ଡିତ କିଶୋର ଚନ୍ଦ୍ର ଦାଶଙ୍କୁ ସଂପାଦକ ତଥା ପଣ୍ଡିତ ଆଲୋକ ପଣ୍ଡାଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରାଗଲା। ଏହି ସଭାରେ ସମିତିର ଉନ୍ନତି ବିକାଶ ତଥା ସଂଗଠନ କିପରି ସୁଦୃଢ ହେବ ଆଲୋଚନା କରାଗଲା। ସମସ୍ତଙ୍କ ଏକମତରେ ବରଗଡ ଜିଲ୍ଲାରେ କର୍ମକାଣ୍ଡ ପୁରୋହିତ କରୁଥିବା ସମସ୍ତ ପଣ୍ଡିତମାନଙ୍କୁ ଏହି ସଭାରେ ସମ୍ମିଳିତ ହୋଇ ପରିଚୟ ପତ୍ର ପାଇଁ ଆବେଦନ କରିବାକୁ ପ୍ରସ୍ତାବ ଗ୍ରହଣ କରାଗଲା। ସଭାରେ ଜିଲ୍ଲା ସଭାପତି କୁଳମଣି ମହାପାତ୍ର, ଉପ ସଭାପତି କୈଳାଶ ପଣ୍ଡା, ସମ୍ପାଦକ ଶୁଭ୍ରାଂଶୁ ଶେଖର ମିଶ୍ର, କୋଷାଧ୍ୟକ୍ଷ ମୁରଲୀଧର ପଣ୍ଡା ତଥା ରଘୁନନ୍ଦନ ବିର୍ତ୍ତୀଆଙ୍କ ସହ ବହୁ ମାନ୍ୟଗଣ୍ୟ ପଣ୍ଡିତ ଉପସ୍ଥିତ ଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories