www.samajalive.in
Monday, December 8, 2025
13.1 C
Bhubaneswar

ଜୟରାମ ଟୁଡ଼ୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ

ରାଉରକେଲା: ଜୟରାମ ଟୁଡ଼ୁ। ବୃତ୍ତି ରାଉରକେଲା ଇସ୍ପାତ କାରଖାନାରେ। ନିଶା କିନ୍ତୁ ସାନ୍ତାଳୀ ଭାଷା ସାହିତ୍ୟର ପ୍ରସାର ସହିତ ଜାତି ଓ ଦେଶ ପାଇଁ ସଂଗ୍ରାମ କରିଥିବା ଅନନ୍ୟ ସଂଗ୍ରାମୀ ଓ ଜାତିର ବିକାଶରେ କାର୍ଯ୍ୟ କରିଥିବା ମହାପୁରୁଷଙ୍କର ଜୀବନ କାହାଣୀକୁ ଲୋକଲୋଚନକୁ ଆଣିବା।

ମୟୁରଭଞ୍ଜ ଜିଲା କୁଳିଅଣା ଥାନା ମୁଣ୍ଡା ବଣି ଗ୍ରାମର ମୂଳ ବାସିନ୍ଦା ତଥା ସ୍ୱର୍ଗତ ପିଥଚରଣ ଓ ସାଲଗେ ଟୁଡ଼ୁଙ୍କ ପୁତ୍ର ଜୟରାମ ୧୯୯୩ରେ ଆରଏସପିରେ ଚାକିରୀ କରିବା ପରେ ଇସ୍ପାତ ସହର ତାଙ୍କର କର୍ମକ୍ଷେତ୍ର ପାଲଟିଛି। ବିଦ୍ୟାଳୟରେ ପାଠ ପଢିବା ସମୟରୁ ସାନ୍ତାଳୀ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଜାଣିବା ପାଇଁ ଥିଲା ତାଙ୍କର ଅହେତୁକ ଆଗ୍ରହ। ଏହି ଆଗ୍ରହ ହିଁ ପରବର୍ତୀ ସମୟରେ ତାଙ୍କର ପ୍ରେରଣା ସାଜିଥିଲା ବୋଲି ଜୟରାମ କହିଛନ୍ତି। ସାନ୍ତାଳି ସମ୍ପ୍ରଦାୟର ପ୍ରଥମ ଗ୍ରାଜୁଏଟ, ପ୍ରଥମ କମିଶନର ଓ ସବୁକ୍ଷେତ୍ରରେ ଅଗ୍ରଗଣ୍ୟ ଥିବା ସୁନାରାମ ସୋରେନଙ୍କ ଜୀବନ କାହାଣୀକୁ ନେଇ ତାଙ୍କର ପୁସ୍ତକ ‘ଭଞ୍ଜ କୁଲ୍‍ ଭୁରକା ଇପିଲ ସୁନାରାମ ସରେନ’(ଭଂଜ ସିଂହ ଧୃବ ତାରା ସୁନାରାମ ସରେନ) ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଏକାଡେମୀ ପକ୍ଷରୁ ତାଙ୍କୁ ସୂଚୀତ କରାଯାଇଛି। ଜୟରାମଙ୍କ କହିବା ଅନୁଯାୟୀ ଅଲଚିକି ଭାଷାର ସ୍ରଷ୍ଟା ରଘୁନାଥ ମୁର୍ମୁଙ୍କ ସହିତ ମିଶି ଏହି ଭାଷାର ପ୍ରଚାର ପ୍ରସାରରେ ସୁନାରାମଙ୍କର ପ୍ରମୁଖ ଭୂମିକା ଥିଲା।

- Advertisement -

ମୟୁରଭଞ୍ଜ ରାଜାଙ୍କୁ ଭେଟି ତାଙ୍କର ସହଯୋଗ ଏଥିପାଇଁ ଲୋଡ଼ିବା ସହିତ ରାଜାଙ୍କ ଅନୁମତିରେ ଏହି କାର୍ଯ୍ୟ ଅଧିକ ପ୍ରଶସ୍ତ ହୋଇଥିଲା। ସାନ୍ତଳି ଭାଷା ଓ ସଂସ୍କୃତିର ବିକାଶରେ ତାଙ୍କର ଅନନ୍ୟ ଅବଦାନ ଥିଲା। ସବୁକ୍ଷେତ୍ରରେ ସେ ଅଗ୍ରଗଣ୍ୟ ଥିବାରୁ ତାଙ୍କୁ ମୟୁରଭଂଜର ସିଂହ ଭାବେ ସେ ଚିତ୍ରଣ କରିଥିବା କହିଛନ୍ତି। କେବଳ ଏତିକି ନୁହେଁ ଜୟରାମ ସାନ୍ତାଳି ଭାଷାରେ ୭ଟି ପୁସ୍ତକ ରଚନା କରିଛନ୍ତି। ଓଡ଼ିଆ ଭାଷାର ବର୍ଣ୍ଣବୋଧ ପରି ସାନ୍ତାଳି ଭାଷାର ପିଲାଙ୍କ ବୋଧଗମ୍ୟ ହେବା ଭଳି ପୁସ୍ତକ ରଚନା ଜରିଆରେ ସେ ପ୍ରାଥମିକ ସ୍ତରରୁ ଏହାର ପ୍ରଚାର ପାଇଁ ଉଦ୍ୟମ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ଭାଷାର ଉପାଦେୟ ୪ଟି ପୁସ୍ତକ ବିଶ୍ୱଭାରତୀ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ଝାଡ଼ଖଣ୍ଡର କୋହ୍ନାନ ବିଶ୍ୱ ବିଦ୍ୟାଳୟର ପାଠ୍ୟକ୍ରମରେ ସ୍ଥାନିତ ହୋଇଛି। ପ୍ରକୃତି ପୂଜାର ପ୍ରତୀକ ସାରନା ଧର୍ମ ସମ୍ପର୍କରେ ତାଙ୍କର ଗବେଷଣାତ୍ମକ ପୁସ୍ତକ ବ୍ୟାପକ ପାଠକୀୟ ଆଦୃତି ଲାଭ କରିଛି। ସାର୍ବଜନୀନ ସତ୍ୟ ଉପରେ ଆଧାରିତ ଏହି ଧର୍ମ ସମ୍ପର୍କିତ ପୁସ୍ତକର ପ୍ରଥମ ସଂସ୍କରଣ ସବୁ ବିକ୍ରୀ ହେବା ପରେ ଏବେ ଦ୍ୱିତୀୟ ସଂସ୍କରଣ ପାଠକଙ୍କ ପାଖରେ ପହଂଚିଛି। ଗବେଷକ ଛାତ୍ରଙ୍କ ପାଇଁ ଏହା ଉପାଦେୟ ହୋଇଛି।

ଏହା ସହିତ ମହାନ ସ୍ୱାଧୀନତା ସେନାନୀ ‘ବାବା ତିଲକା ମାଝି ’ଓ ‘ସିଦ୍ଧ-କାହ୍ନୁ’ଙ୍କ ସମ୍ପର୍କରେ ତାଙ୍କର ଗବେଷଣା ପୁସ୍ତକ ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ଆହୁ ଏକ ଉପାଦେୟ ପୁସ୍ତକ ଭାବେ ସାବ୍ୟସ୍ତ ହୋଇଛି। ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ପକ୍ଷରୁ ତାଙ୍କୁ ଏଥିପାଇଁ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କର ଗବେଷଣା କାର୍ଯ୍ୟ ହେଉ କିମ୍ବା ସାରସ୍ୱତ ସାଧନାରେ ପତ୍ନୀ ଲୁସ୍କି ଟୁଡ଼ୁଙ୍କ ସହଯୋଗ ତାଙ୍କ ସଫଳତା ପାଇଁ ସହାୟତା କରିଥିବା ସେ କହିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories