www.samajalive.in
Sunday, December 7, 2025
26.1 C
Bhubaneswar

ଆଣ୍ଟିଲିଆ ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖି ଯେଉଁ ଇନୋଭାରେ ଫେରାର ହୋଇଥିଲେ ସନ୍ଦିଗ୍ଧ ତାହା ପୁଲିସର

ମୁମ୍ବଇ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବିସ୍ଫୋରକ ଭର୍ତ୍ତି ସ୍କର୍ପିଓକୁ ଆଣ୍ଟିଲିଆ ବାହାରେ ରଖି ଯେଉଁ ଇନୋଭା କାର୍‌ରେ ଫେରାର ହୋଇଥିଲେ ସନ୍ଦିଗ୍ଧ, ସେହି କାର ମୁମ୍ବଇ ପୁଲିସର ବୋଲି ସୂଚନା ମିଳିଛି।

- Advertisement -

ଉକ୍ତ ଇନୋଭା କାର୍‌ଟି ମୁମ୍ବଇ କ୍ରାଇମବ୍ରାଞ୍ଚର ବୋଲି ଜଣାପଡ଼ିଛି। ଏହି ମାମଲାର ତଦନ୍ତ କରୁଥିବା ଏନଆଇଏ କାରକୁ ଜବତ କରି ନିଜ କବ୍‌ଜାକୁ ନେଇଛି। ସଚୂନାଯୋଗ୍ୟ, ଗତ ଫେବୃୟାରୀ ୨୫ରେ ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଘର ବାହାରୁ ଏକ ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ଜବତ ହୋଇଥିଲା। ସେହି ଗାଡ଼ିରୁ ୨୦ଟି ଜିଲେଟିନ୍‌ ରଡ୍‌ ମିଳିଥିଲା। ଏହି ଗାଡ଼ିକୁ କିଏ କେଉଁ ଉଦ୍ଦେଶ୍ୟରେ ସେଠାରେ ରଖିଥିଲା ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଗାଡ଼ିରୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା।


ଏବେ ଏହି ଘଟଣାରେ ପୁଲିସ ଗାଡ଼ିର ବ୍ୟବହାର ପଦାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ସେହି କାର୍‌ଟି କେଉଁ ପରିସ୍ଥିତିରେ ଏଭଳି କାର୍ଯ୍ୟରେ ବ୍ୟବହାର ହେଲା ସେ ନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories