www.samajalive.in
Monday, December 8, 2025
24.1 C
Bhubaneswar

ଜାତୀୟ ରାଜପଥରେ ଟଙ୍କା ଓ ମୋଟରସାଇକେଲ ଲୁଟ ମାମଲାରେ ୩ କୋର୍ଟ ଚାଲଣ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୬ ହଳଦିଆ ପଦର ନିକଟରେ ଥିବା ପେଟ୍ରୋଲ ପମ୍ପ
ସମ୍ମୁଖ ରାସ୍ତାରେ ଶୁକ୍ରବାର ରାତିରେ ହାଇୱା ସହିତ ସ୍ୱିଫ୍ଟ ଡିଜାଇର କାର ମଧ୍ୟରେ ଧକ୍କା ଲାଗିଥିଲା। ଏହି ସମୟରେ ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲି ଗ୍ରାମର ନରେନ୍ଦ୍ର ପାତ୍ର ଏବଂ ତାଙ୍କ ସାଙ୍ଗ ଦୁଇଟି ମୋଟର ସାଇକେଲରେ ଆସି ଘଟଣା ସ୍ଥଳରେ ଦେଖୁଥିବା ସମୟରେ ତିନି ଜଣ ଯୁବକ ବାଇକରେ ଆସି ସେମାନଙ୍କୁ ଧମକ ଦେବା ସହ ଜୋର ଜବରଦସ୍ତ ୧୫ ହଜାର ଟଙ୍କା ଦାବି କରିଥିଲେ। ଏଥିରେ ନରେନ୍ଦ୍ର ରାଜି ନହେବାରୁ ସେହି ତିନି ଜଣ  ନରେନ୍ଦ୍ର ଓ ତାଙ୍କ ସାଗଂଙ୍କ ଠାରୁ ୮ହଜାର ଓ ୨ଟି ମୋଟରସାଇକେଲ ଛଡ଼ାଇ ନେଇଥିଲେ। ଘଟଣା ନେଇ ନରେନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟ କରିଥିବା ଦୁଇ ଜଣଙ୍କୁ ପିଛାକରି ହରିଡା ଖଣ୍ଡି ଛକଠାରେ ସମ୍ପୃକ୍ତ ଥିବା ୩ ଯୁବକଙ୍କୁ  କାବୁ କରିବା ସହ ଗିରଫ କରିଥିଲେ।
ଗିରଫ ହୋଇଥିବା ତିନି ଜଣ ଙ୍କ ମଧ୍ୟରେ ସୁମନ ଗୌଡ଼ ହରିଡା ଖଣ୍ଡି, ସନ୍ତୋଷ ବିଶୋଇ ରଘୁପତି ନଗର,ସନ୍ତୋଷ ସାହୁ ପ୍ରହ୍ଲାଦ ନଗରଙ୍କୁ କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ୮ହଜାର ଟଙ୍କା ସହିତ ଦୁଇଟି ବାଇକ ଗୋଟିଏ ମୋବାଇଲ ଜବତ କରିଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories