ଭୁବନେଶ୍ୱର: ଖଣ୍ଡଗିରି ତପୋବନ ଅଂଚଳରେ ଥିବା ସତ୍ୟସାଇ ସେବାଶ୍ରମ ବିଦ୍ୟାଳୟରେ ଅଘଟଣ ଘଟିଛି। ଶୁକ୍ରବାର ସକାଳେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ପାଠପଢୁ ଥିବା ସମୟରେ ହଠାତ୍ ଛାତ ବିମ୍ ଖସି ପଡିଥିଲା। ସୌଭାଗ୍ୟବଶତଃ ଏକ ବଡ ଦୁର୍ଘଟଣାରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଅଘଟଣକୁ ନେଇ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଭାବକମାନେ ଉତ୍ତ୍ୟକ୍ତ ହୋଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହା ପୂର୍ବରୁ ମଧ୍ୟ ଦୁଇ ଥର ଛାତରୁ ସିମେଣ୍ଟ ଖଣ୍ଡ ଖସିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
Popular Categories



