www.samajalive.in
Thursday, December 11, 2025
13.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ସହ ଜଡିତ ଜଣାଅଜଣା କଥା

ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ନିତ୍ୟାନ୍ତ ଜରୁରୀ ଅଟେ। କାରଣ ସେହି ସମସ୍ତ ଖାଦ୍ୟ ଆମ ଶରୀରକୁ ଉପଯୁକ୍ତ ପୋଷକ ଯୋଗାଇବା ସହ ଖାଦ୍ୟକୁ ଭଲ ଭାବେ ହଜମ କରାଇବାକୁ ସହାୟକ ହୋଇଥାଆନ୍ତି। ଜାଣନ୍ତୁ ଏ ବିଷୟରେ ……..
କାକୁଡ଼ି –
ଏଥିରେ ଜଳୀୟ ଅଂଶ ଅଧିକ ଥିବାରୁ ଏହା ସ୍ୱାସ୍ଥ୍ୟ ନିମନ୍ତେ ଖୁବ ଉପକାରୀ ଅଟେ। ଏହାକୁ ସାଲାଡ଼୍‍ ଭାବେ ଖାଇବା ଅତ୍ୟନ୍ତ ଲାଭ ଦାୟକ ଅଟେ। ଶରୀରକୁ ଆବଶ୍ୟକ ହେଉଥିବା ଜଳର ମାତ୍ରାକୁ ପୂରଣ କରିବାରେ ଏହା ସାହାଯ୍ୟ କରିଥାଏ।
ଧନିଆ ପତ୍ର –
ଏହାକୁ ଯେକୌଣସି ତରକାରୀରେ କିମ୍ବା ଚଟଣି ଭାବେ ପ୍ରସ୍ତୁତ କରି ଖାଇ ପାରିବେ। ହଜମ କ୍ରିୟା ପାଇଁ ଆବଶ୍ୟକ ହେଉଥିବା ଏନ୍‍ଜାଇମ ଗଠନରେ ଏହା ସାହାର୍ୟ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଖୁବ ଲାଭ ଦାୟକ ଅଟେ।
କଞ୍ଚା ଦେଶୀ ପିଆଜ –
ଏହାକୁ ଖାଇବା ଦ୍ୱାରା ଯକୃତକୁ ସଫା କରିବା ନିମନ୍ତେ ଆବଶ୍ୟକ ହେଉଥିବା ଏନ୍‍ଜାଇମର ପ୍ରସ୍ତୁତି ପାଇଁ ସାହାର୍ୟ୍ୟ କରିଥାଏ। ଯାହା ଦ୍ୱାରା ଯକୃତ ଭଲ ଭାବେ ପରିଷ୍କାର ହୋଇଥାଏ।
ଅଖରୋଟ୍‍ –
ଏହାକୁ ଖାଇବା ଦ୍ୱାରା ହୃଦଜନିତ ସମସ୍ୟା ଦୂର ହୋଇଥାଏ। ଶରୀରକୁ ସୁସ୍ଥ ରଖିଥାଏ। ଶରୀର ସହଜରେ ରୋଗାକ୍ରାନ୍ତ ହୋଇନଥାଏ।
ସୂର୍ୟ୍ୟମୁଖୀର ମଞ୍ଜି –
ଏହା ଯକୃତର କାର୍ୟ୍ୟ କରିବାର କ୍ଷମତାକୁ ବଢାଇଥାଏ। ଶରୀରରେ ଅଦରକାରୀ କୋଲେଷ୍ଟ୍ରଲ୍‍ ବଢାଇବାରୁ ରକ୍ଷା କରିଥାଏ। ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories