www.samajalive.in
Sunday, December 14, 2025
26.1 C
Bhubaneswar

ପିପିଲିରେ ଜାଗର ଉତ୍ସବ

ପିପିଲି : ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଜାଗର ଉତ୍ସବ କୋଭିଡ୍‍ କଟକଣା ମଧ୍ୟରେ ସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଶୈବପୀଠମାନଙ୍କରେ ଏଥିପାଇଁ ଗୁରୁବାର ପ୍ରତ୍ୟୁଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ବେଶ୍‍ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ଭଜନ ସମାରୋହ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ପିପିଲି ହାଟଛକ ସ୍ଥିତ ପ୍ରଭୁ ଶ୍ରୀସିଦେ୍ଧଶ୍ୱର ଦେବଙ୍କ ପୀଠରେ ପୂର୍ବାହ୍ନରେ ବିଶ୍ୱଶାନ୍ତି ଯଜ୍ଞ, ନାମ ସଂକୀର୍ତ୍ତନ କରାଯାଇଥିବା ବେଳେ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୋବର୍ଦ୍ଧନପୁର ଗ୍ରାମର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଗତିଶ୍ୱରଦେବଙ୍କ ପୀଠରେ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ  ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ହୁଙ୍କେଇପୁର ସ୍ଥିତ ପ୍ରଭୁ ଶ୍ରୀମୁକ୍ତେଶ୍ୱର ଦେବଙ୍କ ପୀଠରେ ମଧ୍ୟ ଭକ୍ତମାନଙ୍କର ବେଶ୍‍ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବୁଢାପଡାର ପ୍ରଭୁ ଶ୍ରୀସୋମନାଥଦେବ, ବାଗେଶ୍ୱରପୁର ଗ୍ରାମର ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀରାମେଶ୍ୱରଦେବ, ଖଣ୍ଡିଆଗିରି ସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବ, ପମସରା ସ୍ଥିତ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଅର୍ଜୁନେଶ୍ୱରଦେବ, ମଢିଆଳିସାହି ସ୍ଥିତ ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର ଦେବ, ଶ୍ରୀବାଲୁଙ୍କେଶ୍ୱର ଦେବ, ଉଜାଣୀପଡା ସ୍ଥିତ ଶ୍ରୀଗୋକୁଳେଶ୍ୱରଦେବ,  ଦାଣ୍ଡମୁକୁନ୍ଦପୁର ସ୍ଥିତ ପ୍ରଭୁ ନୀଳକଣ୍ଠେଶ୍ୱର,ମଙ୍ଗଳପୁର ସ୍ଥିତ ଶ୍ରୀମଙ୍ଗୁଳେଶ୍ୱର ଦେବ, ପ୍ରଭୁ ଶ୍ରୀସୋମନାଥଦେବ, ଶ୍ରୀନୀଳକଣ୍ଠେଶ୍ୱର ଦେବ, ପ୍ରଭୁ ଶ୍ରୀଲୋକନାଥ,  ତେଇସିପୁର ସ୍ଥିତ ପ୍ରଭୁ ଶ୍ରୀସୋମନାଥଦେବ, ନୂଆଗୋଡିର ପ୍ରଭୁ ଶ୍ରୀକୁଣ୍ଡେଶ୍ୱରଦେବ, ମାଧିପୋଟଳ ଗ୍ରାମର ପ୍ରଭୁ ଶ୍ରୀଲୋକନାଥ, ସାତଶଙ୍ଖସ୍ଥିତ ପ୍ରଭୁ ଶ୍ରୀବୁଦେ୍ଧଶ୍ୱରଦେବ, ନୂଆଶାସନ ସ୍ଥିତ ପ୍ରଭୁ ଶ୍ରୀନୀଳକଣ୍ଠେଶ୍ୱର, ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର, ସଁପୁର ସ୍ଥିତ ପ୍ରଭୁ ଶ୍ରୀଅଷ୍ଟଶମ୍ଭୁ, ଲକ୍ଷ୍ମୀନାରାୟଣପୁର ସ୍ଥିତ ପ୍ରଭୁ ଶ୍ରୀସ୍ୱପ୍ନେଶ୍ୱରଦେବ, ସିଉଳା ଗ୍ରାମର ପ୍ରଭୁ ଶ୍ରୀବାଲୁଙ୍କେଶ୍ୱରଦେବ, ଲୋହପୁରର ପ୍ରଭୁ ଶ୍ରୀବିଶ୍ୱନାଥଦେବ, ଦରଡା ଗ୍ରାମର ପ୍ରଭୂ ଶ୍ରୀସୋମନାଥଦେବ, ମିର୍ଜାପୁର ସ୍ଥିତ ପ୍ରଭୁ ଶ୍ରୀଅମୃତେଶ୍ୱରଦେବଙ୍କ ସମେତ ବିଭିନ୍ନ ଶୈବପୀଠ ମାନଙ୍କରେ ସକାଳୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories