www.samajalive.in
Saturday, December 13, 2025
21.1 C
Bhubaneswar

ମହାଶିବରାତ୍ରି ଅବସରରେ ସାମ୍ନାକୁ ଆସିଲା ‘ରାଧେଶ୍ୟାମ୍‍’ର ନୂଆ ପୋଷ୍ଟର

ନୂଆଦିଲ୍ଲୀ: ମହାଶିବରାତ୍ରି ଅବସରରେ ରିଲିଜ୍‍ ହୋଇଛି ପ୍ରଭାସ ଅଭିନୀତ ଫିଲ୍ମ ‘ରାଧେଶ୍ୟାମ୍‍’ର ନୂଆ ପୋଷ୍ଟର। ନିର୍ମାତାଙ୍କ ସମେତ ନିଜେ ପ୍ରଭାସ ମଧ୍ୟ ସାମାଜିକ ଗଣମାଧ୍ୟମରେ ଫିଲ୍ମର ପୋଷ୍ଟରକୁ ଶେୟାର କରିଛନ୍ତି।

ପୋଷ୍ଟରରେ ପ୍ରଭାସ ଓ ପୂଜା ହେଗଡ଼େଙ୍କ ଜବରଦସ୍ତ ଯୋଡ଼ି ଦେଖିବାକୁ ମିଳିଛି। ଦୁହେଁ ବରଫ ଆଚ୍ଛାଦିତ ଭୂମିରେ, ପରସ୍ପରର ପାଖାପାଖି, ଭିନ୍ନ ଭିନ୍ନ ଦିଗକୁ ଚାହିଁ ଶୋଇଥିବା ନଜର ଆସିଛନ୍ତି। ଏହି ଫିଲ୍ମକୁ ଇଟାଲୀ ଏବଂ ରୋମର ବିଭିନ୍ନ ସୁନ୍ଦର ସ୍ଥାନରେ ଶୁଟି କରାଯାଇଛି। ଏହି ସୁନ୍ଦର ସ୍ଥାନଗୁଡ଼ିକର ଝଲକ୍‍ ପୋଷ୍ଟରରେ ମଧ୍ୟ ଦେଖିବାକୁ ମିଳିଛି।

- Advertisement -

ପୂର୍ବରୁ ଭାଲେଣ୍ଟାଇନ୍ସ ଡେ’ରେ ନିର୍ମାତା ଚଳଚ୍ଚିତ୍ରର ମୋଶନ ପୋଷ୍ଟର ଶେୟାର କରିଥିଲେ, ଯେଉଁଥିରେ ଫିଲ୍ମର ଝଲକ୍‍ ଦେଖିବାକୁ ମିଳିଥିଲା। ଏହାକୁ ଦର୍ଶକ ଖୁବ୍‍ ପସନ୍ଦ ମଧ୍ୟ କରିଥିଲେ। ଚଳିତ ବର୍ଷ ୩୦ ଜୁଲାଇରେ ‘ରାଧେଶ୍ୟାମ’ ପରଦାକୁ ଆସିବ।

ସୂଚନାଯୋଗ୍ୟ, ‘ରାଧେଶ୍ୟାମ’ ଏକ ବହୁଭାଷୀ ଚଳଚ୍ଚିତ୍ର। ରାଧାକୃଷ୍ଣ କୁମାର ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଗୁଲଶନ କୁମାର ତଥା ଟି-ସିରିଜ ପ୍ରଯୋଜନା ଭାର ବହନ କରିଛି। ଫିଲ୍ମରେ ପ୍ରଭାସ ଓ ପୂଜାଙ୍କ ବ୍ୟତୀତ ସଚିନ ଖେଡ଼କର, ପ୍ରିୟଦର୍ଶୀ, ଭାଗ୍ୟଶ୍ରୀ, ମୁରଲୀ ଶର୍ମା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories