www.samajalive.in
Wednesday, December 10, 2025
14.1 C
Bhubaneswar

ବିଜେପି ପକ୍ଷରୁ ବଙ୍ଗୋମୁଣ୍ଡାରେ ବିରୋଧ ପ୍ରଦର୍ଶନ ; ଜିଲା ସଭାପତିଙ୍କ ସହ ଅନ୍ୟମାନଙ୍କୁ ଅଟକ ରଖିଲା ପୁଲିସ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରୁ ବିଜେପି କର୍ମୀମାନେ ଦଳୀୟ ପତାକା ଧରି ନବୀନ ପଟ୍ଟନାୟକ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଗୋଲେଇ ଛକ ନିକଟରେ ପହଞ୍ଚିଥିଲେ। ସରକାର ପ୍ରତିଶ୍ରୁତି ଭୁଲିଯାଇଛି। ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳ୍ୟାନାଶ କରି ବାଃ ବାଃ ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଅନେକ କାମ ବର୍ଷ ବର୍ଷ ଧରି ଅଧୁରା ପଡିଯାଉଛି। ସରକାର ଯୋଜନାର ସଫଳ ରୂପାୟନ କରିବାରେ ବିଫଳ। ନୂଆପଡା ଗ୍ରସ୍ତକୁ ବିରୋଧ କରି ଗୋଲେଇ ଛକରେ ରାସ୍ତାରୋକ କରାଯିବା ନେଇ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଥିଲା। ନବୀନ ପଟ୍ଟନାୟକଙ୍କ ନୂଆପଡା ଜିଲା ଗ୍ରସ୍ତକୁ ବିରୋଧ କରି ବିଜେପି କର୍ମୀମାନେ ନବୀନ ବିରୋଧୀ ସ୍ଲୋଗାନ ଦେଇ ଗୋଲେଇ ଛକ ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ବିଜେପି କର୍ମୀଙ୍କୁ ପୁଲିସ ରୋକିବା ସହ ଗିରଫ କରିଥିଲା। ୧୦ ମିନିଟରୁ ଅଧିକ ସମୟ ନବୀନ ବିରୋଧୀ ସ୍ଲୋଗାନ ଦେଉଥିବା ବେଳେ ପୁଲିସ ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ଗିରଫ କରି ବଙ୍ଗୋମୁଣ୍ଡା ଥାନାକୁ ଆଣିଥିଲା। ପୂର୍ବରୁ କଣ୍ଟାବାଞ୍ଜି ଥାନାରେ ଜିଲା ସଭାପତି ଶିବାଜୀ ମହାନ୍ତି, ଲକ୍ଷ୍ମଣ ବାଗ, ଥବିର ବାଗ, ନରସିଂହ ଥନାପତି ଙ୍କୁ ଅଟକ ରଖାଯାଇଥିବା ବେଳେ ବିରୋଧ ପ୍ରଦର୍ଶନ କରୁଥିବା ବିଜେପି ନେତା ମୁକେଶ ଜୈନ,ଅମିତ ସିଂ ନିନା,ବଙ୍ଗୋମୁଣ୍ଡା ସାଂସଦ ପ୍ରତିନିଧି ଅର୍ଜୁନ ଯାଦବ,ସିନେ୍ଧକେଲା ମଣ୍ଡଳ ସଭାପତି ମୁନିରାମ ନାଗ,ପୂର୍ବ ସଭାପତି ଅନିଲ ନାଏକ,ଯୁବ ମୋର୍ଚ୍ଚା ସଭାପତି ନୌରାଜ ରଣା,କୁଶଧ୍ୱଜ ବେହେରା ଙ୍କୁ ସହ ୩୦ ରୁ ଅଧିକ କର୍ମୀଙ୍କୁ ପୁଲିସ ଗିରଫ କରି ଅଟକ ରଖିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ବିଜେପି କର୍ମୀଙ୍କୁ ଛାଡିଦେଇଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories