www.samajalive.in
Sunday, December 14, 2025
14.1 C
Bhubaneswar

୨୦୨୩ ସୁଦ୍ଧା ନାସା ଓ ଇସ୍ରୋର ମିଳିତ ଉପଗ୍ରହ ‘ନିସାର’ ଉତ୍‌କ୍ଷେପଣ

ଚେନ୍ନଇ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଓ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସାର ମିଳିତ ମହାକାଶ ଅଭିଯାନ କ୍ରମେ ପ୍ରସ୍ତୁତ ଉପଗ୍ରହ ‘ନିସାର’କୁ ଆସନ୍ତା ୨୦୨୩ ଜାନୁଆରୀ ସୁଦ୍ଧା ଉତ୍‌କ୍ଷେପଣ କରାଯିବ। ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ ସିବନଙ୍କ କହିବା ଅନୁଯାୟୀ ୨୦୨୨ ଶେଷ କିମ୍ବା ୨୦୨୩ ଜାନୁଆରୀ ସୁଦ୍ଧା ଏହି ଉପଗ୍ରହକୁ ଉତ୍‌କ୍ଷେପଣ କରାଯିବ। ଜିଏସ୍‌ଏଲଭି ମାର୍କ ୨ ରକେଟ୍ ମାଧ୍ୟମରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ଉତ୍‌କ୍ଷେପଣ କରାଯିବ ବୋଲି ସିବନ କହିଛନ୍ତି।

ନାସା-ଇସ୍ରୋ ସିନ୍ଥେଟିକ୍‌ ଆପେରଚର ରେଡାର (ନିସାର) ହେଉଛି ଏକ ପୃଥିବୀ ପର୍ଯ୍ୟବେକ୍ଷଣକାରୀ ଉପଗ୍ରହ। ଏହି ଉପଗ୍ରହ ଦ୍ବାରା ପୃଥିବୀର ପ୍ରାକୃତିକ ଉତ୍ସ ଓ ପ୍ରାକୃତିକ ବିପର୍ଯ୍ୟୟକୁ ଉପଯୁକ୍ତ ପରିଚାଳନା କରାଯାଇପାରିବ। ଏହି ଉପଗ୍ରହ ଦ୍ବାରା ବୈଜ୍ଞାନିକମାନେ ଜଳବାୟୁ ପରିବର୍ତ୍ତନ ଉପରେ ବ୍ୟାପକ ଗବେଷଣା କରିପାରିବେ। ଇସ୍ରୋ କହିବା ଅନୁଯାୟୀ ନିସାରରେ ଏସ୍‌-ବ୍ୟାଣ୍ଡ ଓ ଏଲ-ବ୍ୟାଣ୍ଡ ଫ୍ରୀକ୍ୱେନ୍ସିର ସିନ୍ଥେଟିକ୍ ଆପେରଚର ରେଡାର ରହିବ। ଇସ୍ରୋ ଏସ୍‌-ବ୍ୟାଣ୍ଡ ପ୍ରସ୍ତୁତ କରିଥିବାବେଳେ ଏହାକୁ ନାସାକୁ ପଠାଯାଇଛି। ନାସା ଏଥିରେ ଏଲ-ବ୍ୟାଣ୍ଡ ରେଡାର ସଂଯୋଗ କରିବା ପରେ ଏହାକୁ ପୁନର୍ବାର ଭାରତକୁ ପଠାଇବ। ଇସ୍ରୋ ଏହାକୁ ପୁନର୍ବାର ଏକତ୍ରିକରଣ କରିବା ପରେ ଉତ୍‌କ୍ଷେପଣ କରିବ। ୨୦୧୪ ସେପ୍ଟେମ୍ବର ୩୦ରେ ନାସା ଓ ଇସ୍ରୋ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଦୁଇ ସଂସ୍ଥା ମିଳିତ ଭାବେ ଏହି ଉପଗ୍ରହ ତିଆରି କରୁଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories