www.samajalive.in
Monday, December 8, 2025
27.1 C
Bhubaneswar

ଆସାମ ଓ ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ

ଆସାମର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିଲା। ଏହି ପର୍ଯ୍ୟାୟରେ ଆସନ୍ତା ୨୭ ତାରିଖ ଦିନ ୪୭ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‍ ମାଜୁଲୀରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେପି ନେତୃତ୍ୱର ମେଣ୍ଟ ପୁନର୍ବାର କ୍ଷମତାକୁ ଫେରିବ ବୋଲି ଶ୍ରୀ ସୋନୱାଲ୍‍ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରକିବୁଲ୍‍ ହୁସେନ୍‍ ମଧ୍ୟ ନାଗାଓଁ ଜିଲ୍ଲାର ସାମଗୁଡ଼ି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଉପସ୍ଥିତ କଂଗ୍ରେସ ବିଧାୟକ ନୁରୁଲ୍‍ ହୁଡ୍ଡା ଓ ଆସାମ  ଗଣପରିଷଦ ବିଧାୟକ ରେଣୁପମା ରାଜଖୱା ମଧ୍ୟ ଆଜି ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ମଧ୍ୟ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ଥିଲା। ଏହି ପର୍ଯ୍ୟାୟରେ ୫ଟି ଜିଲ୍ଲାର ୩୦ଟି ନିର୍ବାଚନ ମଣ୍ଡଳୀରେ ୨୭ ତାରିଖରେ ଭୋଟ୍‍ ନିଆଯିବ। ସେଗୁଡ଼ିକ ମଧ୍ୟରେ ବଙ୍କୁଡ଼ାର ୪ଟି ଆସନ, ପୁରୁଲିଆର ୯ଟି ଆସନ, ପଶ୍ଚିମ ମେଦିନୀପୁରର ୬ଟି ଆସନ, ପୂର୍ବ ମେଦିନୀପୁରର ୭ଟି ଆସନ ଓ ଝରଗ୍ରାମର ୪ଟି ଆସନ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ୧୧୧ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି। ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ୧୨ ତାରିଖ ରହିଛି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories