www.samajalive.in
Saturday, December 6, 2025
19.1 C
Bhubaneswar

ମହାକାଳେଶ୍ୱରଙ୍କ ପାଇଁ କଳସ ଯାତ୍ରା, ୩ କିଲୋମିଟର ଦୂରରୁ ଅଣାଗଲା ପୂର୍ଣ୍ଣ କୁମ୍ଭ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ଜିଲ୍ଲା ଅତାବିରା ଏନଏସି ସ୍ଥିତ ୱାର୍ଡ ନଂ-୩ ଭାଲୁପାଲିରେ ଆଜି ଠାରୁ ୧୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ନବନିର୍ମିତ ମହାକାଳେଶ୍ୱର ମନ୍ଦିର ପ୍ରତିଷ୍ଠା ଓ ଲିଙ୍ଗ ସ୍ଥାପନ ପାଇଁ ଘଣ୍ଟ, ଶଙ୍ଖ, ହୁଳହୁଳି ସହ ମାଙ୍ଗଳିକ ବାଦ୍ୟରେ ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଏହି ଶୁଭ ଅବସରରେ ମନ୍ଦିରରୁ ୩କିମି ଦୂରରେ ଅବସ୍ଥିତ ଶ୍ରୀରାମ ବାବା ମଠ ପରିସର ପୋଖରୀ ତୁଠରେ ସୁବିଜ୍ଞ ପଣ୍ଡିତ ତଥା ସଂଜୟ ଦାଶ, ଜୟ କୁମାର ଦାଶ, ଅଜୟ ମହାପାତ୍ର ଓ ତାଙ୍କ ସାଥି ପ୍ରମୁଖଙ୍କ ଦ୍ୱାରା ବେଦ ପଠନ ପୂର୍ବକ ପ୍ରତିଷ୍ଠା ଉତ୍ସବରେ ନିଯୁକ୍ତ ଥିବା ପାଞ୍ଚଯୋଡି ସପତ୍ନୀକ କର୍ତ୍ତା ପର୍ଯ୍ୟାୟ କ୍ରମେ ଲେସଦେଵ ପ୍ରଧାନ ଓ ବାରୁଣୀ ପ୍ରଧାନ, ବସନ୍ତ ବାରିକ ଓ ଗାୟତ୍ରୀ ବାରିକ, ସଦାନନ୍ଦ ପ୍ରଧାନ ଓ ସୀମନ୍ତିନୀ ପ୍ରଧାନ, ଦେବାନନ୍ଦ ପ୍ରଧାନ ଓ ଦିବ୍ୟସିନି ପ୍ରଧାନ, ବଳରାମ ପ୍ରଧାନ ଓ ବେଦମତି ପ୍ରଧାନ ଓ ଶତାଧିକ ମହିଳା ଭକ୍ତମାନଙ୍କ ଦ୍ୱାରା ନଗର ପରିକ୍ରମା କରିଥିଲେ। ଗାଁ ମୁଣ୍ଡକୁ ପହଞ୍ଚିବା ପୂର୍ବରୁ ପ୍ରତ୍ୟେକ ଘର ସମ୍ମୁଖରେ ଲିପାପୋଛା ସହ ଝୋଟି କରି ବର୍ଦ୍ଧନି କଳସ ବସାଇ ମହାକାଳେଶ୍ୱର ପ୍ରତିଷ୍ଠା ପାଇଁ ଆସୁଥିବା ଶୋଭାଯାତ୍ରାକୁ ସ୍ୱାଗତ ମଣ୍ଡିତ କରି ନବନିର୍ମିତ ମନ୍ଦିର ପରିସରରେ ଥିବା ଯଜ୍ଞ ମଣ୍ଡପଠାରେ ପହଞ୍ଚିଥିଲା।

- Advertisement -

ପୂଜାର୍ଚ୍ଚନା ଆରମ୍ଭ ହୋଇ ଆସନ୍ତା କାଲି ହୋମ ଯଜ୍ଞାଦି ସହ ବାବା ମହା କାଳେଶ୍ୱର ରତ୍ନ ସିଂହାସନକୁ ଗମନ ପୂର୍ବକ ପୂର୍ଣ୍ଣାହୁତି ହୋଇ ୧୧ତାରିଖ ଦିନ ସେଇ ପୀଠରେ ମହା ଶିବରାତ୍ରି ଜାଗର ପାଳିତ ହେବାକୁ ଯାଉଛି। ସେହିପରି ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସହ ଭଜନ ସଂକୀର୍ତ୍ତନ୍ୟ, ପ୍ରବଚନ, ନାଟକ ସହ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ରହିଛି। ଏଥିରେ ଗ୍ରାମର ଆବାଳ ବୃଦ୍ଧ ବନିତାଙ୍କ ସକ୍ରିୟ ସହଯୋଗ ରହିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories