www.samajalive.in
Thursday, December 11, 2025
18.1 C
Bhubaneswar

ଏହି ସୁନ୍ଦରୀଙ୍କୁ ବିବାହ କରିବେ ବୁମ୍‌ରା

ନୂଆଦିଲ୍ଲୀ: ବିଶ୍ଵର ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମ୍‌ରାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବୁମ୍‌ରାଙ୍କ ବିବାହ ସମ୍ପର୍କରେ ଖବର ପ୍ରଚାରିତ ହେବା ପ​‌ରେ ପ୍ରଶଂସକମାନଙ୍କ ମନରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ବୁମ୍‌ରାଙ୍କ ହାତ କିଏ ଧରିବେ ତାହା ଜାଣିବା ଲାଗି ପ୍ରଶଂସକମାନେ ଚାହିଁ ବସିଛନ୍ତି।

Image Courtesy: Amar ujala

ତେବେ ୱେବସାଇଟ୍‌ ସ୍ପୋର୍ଟ୍ସକୀଡ଼ାର ସଦ୍ୟ ରିପୋର୍ଟରେ ବୁମ୍‌ରାଙ୍କ ବିବାହକୁ ନେଇ ଖବର ପ୍ରକାଶ ପାଇଛି। ବୁମ୍‌ରା ସ୍ପୋର୍ଟ୍ସ ଆଙ୍କର ସଞ୍ଜନା ଗଣେଶନଙ୍କୁ ବିବାହ କରିବେ ବୋଲି ଏଥିରେ ଦାବି କରାଯାଇଛି। ଆସନ୍ତା ୧୪-୧୫ ତାରିଖରେ ଗୋଆରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ। ତେବେ ଏ ସମ୍ପର୍କରେ ବୁମ୍‌ରା କିମ୍ବା ସଞ୍ଜନାଙ୍କ ତରଫରୁ କିଛି ସ୍ପଷ୍ଟ କରାଯାଇ ନାହିଁ କି ଏହି ଖବରକୁ ସେମାନେ ଖଣ୍ଡନ ମଧ୍ୟ କରିନାହାନ୍ତି। କୋଭିଡ ପ୍ରୋଟୋକଲ ଅନୁସାରେ କେବଳ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଏହି ବିବାହ ଉତ୍ସବରେ ସାମିଲ ହେବେ। ଜି ହିନ୍ଦୁସ୍ତାନ ମଧ୍ୟ ଏକ ରିପୋର୍ଟରେ ଏହି ଖବର ପ୍ରକାଶ କରିଛି।

- Advertisement -

ଉଭୟଙ୍କ ବିବାହକୁ ନେଇ ଖବର ପ୍ରକାଶ ପାଇବା ପରେ ପ୍ରଶଂସକମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ୨୮ ବର୍ଷୀୟା ସଞ୍ଜନା ଜଣେ କ୍ରିକେଟ ଆଙ୍କର ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି। ସେ ଆଇପିଏଲରେ ସକ୍ରିୟ ରହିବା ସହିତ ଷ୍ଟାର ସ୍ପୋର୍ଟ୍ସ ସହିତ ବି କାମ କରିଛନ୍ତି। ଏହା ସହିତ ସେ ଆଇସିସି ବିଶ୍ଵକପ ୨୦୧୯ ଠାରୁ ଆରମ୍ଭ କରି ଆଇପିଏଲ ଟୁର୍ନାମେଣ୍ଟ ହୋଷ୍ଟ କରିଛନ୍ତି। କଲକାତା ନାଇଟ୍‌ ରାଇଡର୍ସର ଆଙ୍କର ଭାବେ ବି ସେ କାମ କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ବୁମ୍‌ରା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଅନୁପମା ପରମେଶ୍ଵରନଙ୍କୁ ବିବାହ କରୁଥିବା ଖବର ସାମ୍ନାକୁ ଆସିଥିଲା। କିନ୍ତୁ ଅନୁପମାଙ୍କ ପରିବାର ଲୋକେ ସାମ୍ନାକୁ ଆସି ଏହାକୁ ଖଣ୍ଡନ କରିଥିଲେ। ଏହା ଗୁଜବ ବୋଲି ସେମାନେ କହିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories