www.samajalive.in
Saturday, December 13, 2025
17.1 C
Bhubaneswar

ବୁଢ଼ାରଜା ପାହାଡରେ ନିଆଁ, ସବୁଜ ବନାନିକୁ ସୁରକ୍ଷିତ ରଖିବା ପାଇଁ ଦାବି

ସମ୍ବଲପୁର: ସମ୍ବଲପୁରର କେନ୍ଦ୍ରସ୍ଥଳିରେ ଅବସ୍ଥିତ ବୁଢ଼ାରଜା ସଂରକ୍ଷିତ ଜଙ୍ଗଲରେ ରବିବାର ରାତିରେ ନିଆଁ ଲାଗି ଯାଇଥିଲା। ଭୀମ ଭୋଇ ପାର୍କ ନିକଟସ୍ଥ ରାସ୍ତାରେ ୱାକରେ ଯାଉଥିବା କିଛି ସଚେତନ ନାଗରିକ ଏହା ଦେଖିବା ପରେ କେହି ଜଣେ ଜଳୁଥିବା ଜଙ୍ଗଲର ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଜରିଆରେ ଭାଇରାଲ କରି କତ୍ତୃପକ୍ଷର ଦୃଷ୍ଟି ଆକର୍ଷଣ କରିଥିଲେ। ଫଟୋ ଭାଇରାଲ ହେବାର କିଛି ସମୟରେ ପରେ ଉପରୋକ୍ତ ସଂରକ୍ଷିତ ଜଙ୍ଗଲ ପାଇଁ ନିୟୋଜିତ ବନ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିଥିବାର ସୂଚନା ପ୍ରଦାନ କରିଥିଲେ। ଶନିବାର ସନ୍ଧ୍ୟାରେ ମଧ୍ୟ ଏହି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ପୁର୍ନବାର ରବିବାର ନିଆଁ ଲାଗିବା ଘଟଣାରୁ କେହି ଜାଣିଶୁଣି ନିଆଁ ଲଗାଉଥିବାର ସନ୍ଦେହ କରାଯାଉଛି। ଶନିବାର ସର୍କିଟ ହାଉସ ନିକଟସ୍ଥ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ବେଳେ ଏହାକୁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଆୟତ୍ତ କରିଥିଲେ।

- Advertisement -

 

ଅପରପକ୍ଷରେ ସାରା ଓଡିଶାରେ ଏବେ ଜଙ୍ଗଲ ଗୁଡିକରେ ନିଆଁ ଲାଗି ରହୁଥିବା ବେଳେ ସମ୍ବଲପୁର ଭଳି ଏକ ଘଞ୍ଚ ଜନବସତି ଅଞ୍ଚଳ ମଧ୍ୟରେ ରହିଥିବା ସଂରକ୍ଷିତ ଜଙ୍ଗଲ ଗୁଡିକରେ ନିଆଁ ଲାଗିବା ଘଟଣାକୁ ସହଜେ ଲୋକେ ଗ୍ରହଣ କରି ପାରୁ ନାହାନ୍ତି। ଯଦି ଗ୍ରୀଷ୍ମ ପୂର୍ବରୁ ଏଭଳି ଅବସ୍ଥା ରହିଛି ତାହା ହେଲେ ପ୍ରଚଣ୍ଡ ରୌଦ୍ର ତାପ ସମୟରେ ଯଦି କୌଣସି ବଡଧରଣର ଅଗ୍ନିକାଣ୍ଡ ଘଟେ ତାହା ହେଲେ ବିପଦଜନକ ଅବସ୍ଥା ସୃଷ୍ଟି ହେବ ବୋଲି ସବୁ ମହଲରୁ ମତ ପ୍ରକାଶ ପାଉଛି। ଏଣୁ କେବଳ ପ୍ରଚାର ପ୍ରସାର ଓ ପୋଷ୍ଟର ମାଧ୍ୟମରେ କେବଳ କାଗଜପତ୍ରରେ ଜଙ୍ଗଲ ସୁରକ୍ଷା ନାରା ଦିଆ ନ ଯାଇ ପ୍ରକୃତ କ୍ଷେତ୍ରରେ ତାହାକୁ କାର୍ଯ୍ୟକାରୀ ସବୁଜ ବନାନୀକୁ ସୁରକ୍ଷିତ ରଖାଯାଉ ବୋଲି ପରିବେଶବିତ ମାନେ ଦାବି କରୁଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories