www.samajalive.in
Thursday, December 11, 2025
15.1 C
Bhubaneswar

ଏଣିକି ହସ୍ପିଟାଲ ଅଧୀନରେ ରହିବ ଡିସପେନ୍‌ସାରୀ

ଭୁବନେଶ୍ବର: ରାଜଧାନୀରେ ଥିବା ଡିସପେନସାରୀକୁ ନେଇ ଯେଉଁ ଦ୍ବନ୍ଦ୍ବ ଥିଲା ତାହା ଦୂର ହୋଇଛି। ସିଡିଏମ୍‌ଓ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଉଭୟ ଆର୍ଥିକ ଓ ନୀତି ନିର୍ଦ୍ଧାରଣ ନେଇ ସମସ୍ୟା ରହିଥିଲା। ଏଣିକି ସବୁ କ୍ଷମତା କ୍ୟାପିଟାଲ ହସ୍ପିଟାଲ ଅଧୀନରେ ରହିବ ବୋଲି ନିଷ୍ପତ୍ତ ହୋଇଛି। ଦୀର୍ଘଦିନ ବ୍ୟବଧାନ ପରେ କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଗଭର୍ଣ୍ଣିଂ ବଡି ବୈଠକରେ ନୂଆ ଯୋଜନା ଏବଂ କିଛି ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ହସ୍ପିଟାଲରେ ମାନବସମ୍ବଳର ଅଭାବ ପୂରଣ ପାଇଁ ଗୁରୁତ୍ବ ଦିଆଯାଇଥିଲା। ଇସିଜି ଟେକନିସିଆନ ଏବଂ ରେଡିଓଗ୍ରାଫରଙ୍କ ଅଭାବ ରହିଥିବାବେଳେ ଅନେକ ସମୟରେ ରୋଗୀ ହଟହଟା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏସବୁ ପଦ କିଭଳି ପୂରଣ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ହସ୍ପିଟାଲ ପରିସରରେ ଥିବା ସମ୍ମିଳନୀ କକ୍ଷକୁ ଭଡାରେ ଦିଆଯିବକୁ ସ୍ଥିର ହୋଇଛି।

 

- Advertisement -

ସ୍ବାସ୍ଥ୍ୟ ବିଭାଗର ଯେକୌଣସି ବୈଠକ ପାଇଁ ଦୈନିକ ଭଡା ବାବଦକୁ ୫୦୦୦ ଟଙ୍କା ଧାର୍ୟ୍ୟ କରାଯାଇଛି। ସେହିପରି କୋଭିଡ ଟିକାକରଣ କେନ୍ଦ୍ର ନିକଟରେ ଥିବା ଅକ୍ସିଜେନ ପ୍ଲାଣ୍ଟ କିଭଳି କାର୍ୟ୍ୟକ୍ଷମ ହେବ ଏବଂ ସେଠାରେ ଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ କେଉଁଠାରେ ଗୃହ ନିମନ୍ତେ ସ୍ଥାନ ଦିଆଯିବ ସେ ବିଷୟରେ ପ୍ରସ୍ତାବ ଦିଆଯାଇଥିଲା। ନୂଆ ଅନଲାଇନ ଟିକଟ କାଉଣ୍ଟର ଆସନ୍ତା ଦୁଇମାସ ମଧ୍ୟରେ କାର୍ୟ୍ୟକ୍ଷମ କରିବାକୁ ସ୍ଥିର ହୋଇଥିଲା। ସେହିପରି ଡ୍ରାଇଭର ଏବଂ ଡିଓମାନଙ୍କୁ ଛଟେଇ ନକରି ନିର୍ମଳ ପ୍ଲସ ପ୍ଲସ ଯୋଜନାରେ ସାମିଲ କରାଯିବା ସହିତ ନୂଆ ଷ୍ଟାଫ କ୍ୟାଣ୍ଟିନ ଏବଂ ନମୁନା ସଂଗ୍ରହ ହେଉଥିବା ପାଥୋଲୋଜି କେନ୍ଦ୍ର, ଉପଔଷଧ ଭଣ୍ଡାର, ଲଣ୍ଡ୍ରି ୟୁନିଟକୁ ସମ୍ପ୍ରସାରଣ କରାଯିବା ନେଇ ଆଲୋଚନା ହୋଇଥିଲା। ସାଂସଦ ତାଙ୍କ ପାଣ୍ଠିରୁ ଦୁଇଟି ଜେନେରେଟର ଦେବା ପାଇଁ କହିଥିବାବେଳେ ପାଣ୍ଠିରେ ଟଙ୍କା ନଥିବାରୁ କିଛି ଦିନ ପରେ ଏଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଏହାବ୍ୟତୀତ ଏନ୍‌କ୍ବାସକୁ ଅଧିକ ବଳବତ୍ତର କରାଯିବା ଉପରେ କର୍ତ୍ତୃପକ୍ଷ ଗୁରୁତ୍ବ ଦେଇଥିଲେ। ବୈଠକରେ ସାଂସଦ ଅପରାଜିତ ଷଡଙ୍ଗୀ, କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଲକ୍ଷ୍ମୀଧର ସାହୁ, ଅଧୀକ୍ଷକ ଡା. ବିରଞ୍ଚି ନାରାୟଣ ବାରିକ, ଉପଅଧୀକ୍ଷକ ଡା. ଧନଞ୍ଜୟ ଦାସଙ୍କ ସମେତ ଆରକେଏସ୍‌ ଗଭର୍ଣ୍ଣିଂ ବଡିର ସଦସ୍ୟ ଉପସ୍ଥିତ ଥିଲେ। ବୈଠକରେ ଜିଲାପାଳ, ଏଡିଏମ୍‌ଙ୍କ ସହିତ ବିଭିନ୍ନ ବିଭାଗର ବହୁ ବରିଷ୍ଠ ଅଧିକାରୀ ଅନୁପସ୍ଥିତ ଥିଲେ। ସେହିପରି ନିଜସ୍ବ କାର୍ୟ୍ୟ ଓ ବିଳମ୍ବ ଯୋଗୁଁ ବୈଠକ ପୂର୍ବରୁ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ମନ୍ତ୍ରୀ ଅଶୋକ ପଣ୍ଡା ଦସ୍ତଖତ କରି ଫେରିଯାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories