www.samajalive.in
Monday, December 8, 2025
14.1 C
Bhubaneswar

ସାବଧାନ! ସର୍ଭିସ୍‌ ରୋଡ଼ରେ ଲୁଟିଆ

ଭୁବନେଶ୍ବର/ଖଣ୍ଡଗିରି: ରାଜପଥ ଲୁଟିଆ ଏବେ ମହିଳା ଏବଂ ବରି‌ଷ୍ଠ ନାଗରିକଙ୍କୁ ଟାର୍ଗେଟ୍‌ କରୁଛନ୍ତି। କିଛି ଦିନ ତଳେ ଖଣ୍ଡଗିରି, ଜୟଦେବ ବିହାର ଓଭରବ୍ରିଜ୍‌ ପ୍ରଭୃତି ସ୍ଥାନରୁ ଲୁଟ୍‌ପାଟ୍‌ କରି ଫେରାର ହେଉଥିବା ବେଳେ ଦୁର୍ବୃତ୍ତ ଦୁର୍ଘଟଣାର ସମ୍ମୁଖୀନ ହୋଇ ସ୍ଥାନୀୟ ଲୋକଙ୍କ ହାତରୁ ନିସ୍ତୁକ ମାଡ଼ ଖାଇବା ପରେ ଏବେ ଠିକଣା ବଦଳାଇ ଦେଇଛନ୍ତି। ସର୍ଭିସ୍‌ ରୋଡ଼ରେ ଏକାକୀ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି।

ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ନୂଆପଲ୍ଲୀ ଓଭରବ୍ରିଜ୍‌ ନିକଟରେ ଜଣେ ଯୁବତୀ ଲୁଟିଆଙ୍କ ହାବୁଡ଼ରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ନମିତା ସେଠୀ ନାମକ ଏହି ଯୁବତୀ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ତାଙ୍କଠାରୁ ଭ୍ୟାନିଟି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଫଳରେ ସେ ନିୟନ୍ତ୍ରଣ ହରାଇ ଚଳନ୍ତା ଗାଡ଼ିରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ନମିତା ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।
ସେହିପରି ବୁଧବାର ଜଣେ ବରିଷ୍ଠ ନାଗରିକ ସନ୍ଧ୍ୟା ସାଢ଼େ ୬ଟାରେ ବରମୁଣ୍ଡାରୁ ନୂଆପଲ୍ଲୀ ସ୍କୁଟିରେ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ସାର୍ଟ ପକେଟରୁ ମୋବାଇଲ ଫୋନ୍‌ ଝାମ୍ପି ନେଇଥିଲେ। ଫଳରେ ବ୍ୟକ୍ତି ଜଣଙ୍କ ରାସ୍ତାରେ ନିୟନ୍ତ୍ରଣ ହରାଇ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆହତ ବରିଷ୍ଠ ନାଗରିକ ସୁବୋଧ ଚନ୍ଦ୍ର ରାଉତ ନୂଆପଲ୍ଲୀ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଗତ ମଙ୍ଗଳବାର ରସୁଲଗଡ଼ରୁ ଅଫିସରୁ ଗୌତମନଗରସ୍ଥିତ ଘରକୁ ଫେରୁଥିବା‌ ଶୁଭସ୍ମିତା ଜେନାଙ୍କୁ ଦୁର୍ବୃତ୍ତମାନେ ଟାର୍ଗେଟ୍‌ କରିଥିଲେ। କଳାରଙ୍ଗର ପଲ୍‌ସର ବାଇକ୍‌ରେ ତାଙ୍କୁ ପିଛା କରୁଥିବା ୨ଜଣ ଲୁଟିଆ ଗୌତମନଗର ପ୍ରାଇମେରୀ ସ୍କୁଲ ନିକଟରେ ତାଙ୍କ ହାତରୁ ମୋବାଇଲ ଫୋନ୍‌ ଛଡ଼ାଇଥିଲେ। ଫଳରେ ଯୁବତୀ ଜଣଙ୍କ ନିଜ ଭ୍ୟାନିଟି ବ୍ୟାଗ୍‌କୁ ଜାବୋଡ଼ି ଧରି ଚିତ୍କାର କରିଥିଲେ। ଚିିତ୍କାର ଶୁଣି ଦୁର୍ବୃତ୍ତମାନେ ମୋବାଇଲ ଫୋନ୍‌ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଶୁଭସ୍ମିତା ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ।
ଅନ୍ୟପକ୍ଷରେ ଗୁରୁବାର ଗୋଟିଏ ଦିନରେ ପାତ୍ରପଡ଼ା ନିକଟରେ ଦୁଇଟି ଲୁଟ୍‌ ହୋଇଛି। ପୂର୍ବାହ୍ନ ଏଗାରଟାରେ ଏକ କାର୍‌ କାଚ ଭାଙ୍ଗି ଦୁବୃର୍ତ୍ତମାନେ ଏକ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସେହିପରି ରାତି ପ୍ରାୟ ୧୦ଟା ବେଳେ ଏକ ଦମ୍ପତି ବାଇକ୍‌ରେ ଭୁବନେଶ୍ୱରରୁ ଖୋର୍ଦ୍ଧା ଫେରୁଥିବା ବେଳେ ଦୁବୃର୍ତ୍ତମାନେ ଏକ ପଲ୍‌ସର ଗାଡ଼ିରେ ପିଛା କରି ପାତ୍ରପଡ଼ା ନିକଟରେ ମହିଳା ଜଣଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories