www.samajalive.in
Saturday, December 13, 2025
21.1 C
Bhubaneswar

ରାଜଧାନୀରେ ଦାଦାବଟି ପାଇଁ ଗଡ଼ିଲା ମୁଣ୍ଡ, ପିସିଆର୍ ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ୫ ଗିରଫ

ଭୁବନେଶ୍ବର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭଙ୍ଗା ଓ ଅଭିଯୁକ୍ତ ୨ ଭାଇଙ୍କୁ ମାଡ଼ ଘଟଣାରେ କମିଶନରେଟ୍‌ ପୁଲିସ ପଦକ୍ଷେପ ଗ୍ରହଣ କରିଛି। ଆଜି ସିସିଟିଭି ଆଧାରରେ ୫ଜଣଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରିଛି। ଗତକାଲି ଭିଆଇପି ଅଞ୍ଚଳରେ ଯୁବକଙ୍କୁ ହାଣି ହତ୍ୟା କରିଥିଲେ ଦୁଇ ଭାଇ। ହତ୍ୟା ପରେ ୨ ଅଭିଯୁକ୍ତଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ଉପସ୍ଥିତ ଲୋକେ। ସ୍ଥାନୀୟ ଲୋକେ ପିସିଆର୍‌ରୁ ୨ ଭାଇଙ୍କୁ ଭିଡ଼ି ଆଣି କରିଥିଲେ ଆକ୍ରମଣ। ୨ ଅଭିଯୁକ୍ତଙ୍କୁ ମାଡ଼ ମାରିବା ସହ ପିସିଆର୍‌ ଭ୍ୟାନ୍‌ ଭଙ୍ଗାରୁଜା କରିଥିଲେ। ଗତକାଲି ହତ୍ୟା ଅଭିଯୁକ୍ତ ୨ ଭାଇଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରିଛି।
ଏଠାରେ ସୂଚନା ଯୋଗ୍ୟ ଯେ ଶନିବାର ସମୟ ଦିନ ପ୍ରାୟ ସାଢ଼େ ୧୧ଟା ହେବ। ସିଆର୍‌ପି ଛକରୁ ଏକାମ୍ରକାନନକୁ ଯାଇଥିବା ରାସ୍ତାକୁ ସଂଯୋଗ କରୁଥିବା ଆଇଆର୍‌ସି ଭିଲେଜ୍‌ର ଏନ୍‌-୧ ଓ ଏନ୍‌-୨ ରାସ୍ତା କଡ଼ରେ ହଠାତ୍‌ ବ୍ରେକ୍‌ କଷିଲା ଏକ ପିକକ୍‌ ଭ୍ୟାନ୍‌। ସାଲିଆ ସାହିର ଦୁର୍ଦାନ୍ତ ଜଟିଆ ଓରଫ ଟୁକୁନା ଦାସକୁ ଦୁଇ ଭାଇ ଭ୍ୟାନ୍‌ ଭିତରେ ଛୁରୀରେ ହତ୍ୟା କରିଥିଲେ। ଏଭଳି ଘଟଣା ଦେଖି ସ୍ଥାନୀୟ ଲୋକ ପିକ୍‌ଅପ୍‌ ଭ୍ୟାନ୍ ଚାରିପଟେ ଘେରି ଯାଇଥିଲେ। ଯୁବକଙ୍କର ଗାଡ଼ି ଭିତରେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଯାଇଥିଲା।


ହତ୍ୟାକାରୀ ଦୁଇ ଭାଇ ସାଗର ଓ ସୁଧୀରଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ପରେ ପୁଲିସ ଜିମା ଦେଇଥିଲେ। ସେମାନଙ୍କ ଶରୀର ରକ୍ତରେ ଜୁଡୁବୁଡ଼ ହୋଇଯାଇଥିଲା। ଦୁଇ ଭାଇଙ୍କୁ ପିସିଆର୍‌ ଭ୍ୟାନ୍‌ ନଂ-୧୮ରେ ପୁଲିସ ନେଇଯାଉଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ପିସିଆର୍‌ ଭ୍ୟାନ୍‌କୁ ଆକ୍ରମଣ ଆରମ୍ଭ କରିଦେଇଥିଲେ। କିଛି ଯୁବକ ଭ୍ୟାନ୍‌ର ଚାବି ନେଇ ଯାଇଥିଲେ। ପଛ କାଚକୁ ଭାଙ୍ଗି ଭିତରୁ ହାତ ପୂରାଇ ଡୋର ଖୋଲି ଦୁଇ ଜଣଙ୍କୁ ତଳକୁ ଆଣିଥିଲେ। ପୁଲିସ ସାମ୍‌ନାରେ ଦଣ୍ଡ ଦେବା ଆରମ୍ଭ କରିଦେଇଥିଲେ। ନିସ୍ତୁକ ପିଟି ଆହୁରି ଲହୁଲୁହାଣ କରି ପକାଇଥିଲେ।
ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା କରାଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଥିଲା। ଫଳରେ ଭୟରେ ମାର୍କେଟର ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରିଦେଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ୨ଘଣ୍ଟା ଟ୍ରାଫିକ୍‌ ଜାମ୍‌ ହୋଇଥିଲା।
ଟୁକୁନା ପ୍ରଥମେ ବଡ଼ ଭାଇ ସାଗରକୁ ଭୁଜାଲିରେ ହାଣିଥିଲା। ତେଣୁ ତାକୁ ନୂଆପଲ୍ଲୀ ଥାନାକୁ ଦୁଇ ଭାଇ ତାଙ୍କ ପିକ୍‌ଅପ୍‌ ଭ୍ୟାନ୍‌ରେ ନେଉଥିଲେ। ବାଟରେ ପୁନର୍ବାର ସାନଭାଇ ସୁଧୀରକୁ ପିକ୍‌ଅପ୍‌ ଭ୍ୟାନ୍‌ ଭିତରେ ଟୁକୁନା ଛୁରି ଭୁସି ଦେଇଥିଲା। ହଠାତ୍‌ ଏଭଳି ଘଟଣାକୁ ନେଇ ଦୁଇ ଭାଇ ଉତ୍‌କ୍ଷିପ୍ତ ହୋଇପଡିଥିଲେ। ଆତ୍ମରକ୍ଷା ଲାଗି ତା’ଠାରୁ ମିଳିଥିବା ଛୁରି ଓ ଭୁଜାଲିରେ ତା’ର ପେଟକୁ ଭୁସି ଦେବା ସହିତ ବେକକୁ କାଟି ଦେଇଥିଲେ। ତେବେ ଗଣମାଧ୍ୟମରେ ତୁରନ୍ତ ଏହି ଘଟଣାର କାରଣ ସମ୍ପର୍କରେ ଅସ୍ପଷ୍ଟ ଖବର ପ୍ରସାରିତ ହେବା ଫଳରେ ଜନସାଧାରଣ ତାତି ଦୁଇ ଭାଇଙ୍କୁ ଘଟଣାସ୍ଥଳରେ ନିସ୍ତୁକ ମାଡ଼ ମାରିଥିଲେ। ତେବେ ପୂର୍ବରୁ ଆକ୍ରମଣରେ ଆହତ ହୋଇଥିବା ଦୁଇ ଭାଇଙ୍କର ବି କିଛି ହୋଇଯାଇଥାନ୍ତା। ତୁରନ୍ତ ଖବର ପାଇ ପୁଲିସ ପହଞ୍ଚିବା ପରେ ଜନସାଧାରଣ ଆଇନ୍‌କୁ ହାତକୁ ନ ନେବା ଲାଗି ପରାମର୍ଶ ଦେଇଥିଲେ। ଦୁଇ ଭାଇ ଅଚାନକ ଉତ୍ତେଜନାରୁ ହତ୍ୟା କରିଥିଲେ ବୋଲି କହିଛନ୍ତି ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories